ଦୁଇବର୍ଷର ବ୍ୟବଧାନରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

ଦାରିଙ୍ଗବାଡି,(୩୧/୫) : କରୋନା ମହମାରିରୁ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟଳୟରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଡାକ୍ତର ବୃନ୍ଦା ଡି, ଏସପି ବିନିତ ଅଗ୍ରୱାଲ ଲୋକଙ୍କ ଠାରୁ ଅଭିଯୋଗ ଶୁଣିଥିଲେ। ଅଭିଯୋଗ ଶୁଣାଣିରେ ୯୬ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ସିର୍କାବର୍ଗ ଗ୍ରାମ ପଞ୍ଚାୟତରେ ନେଟୱାକ ବ୍ୟବସ୍ଥା, ଏଏନଏମ ନିଯୁକ୍ତି, ଫ୍ଲିହେରୀ ପଞ୍ଚାୟତ ଅନ୍ତର୍ଗତ ପାଡିବାଡା ଗ୍ରାମରେ ବିଦ୍ୟୁତ ସଂଯୋଗ, ଦନେକବାଡ଼ି ଜିଓ ନେଟୱର୍କ ସ୍ଥାପନ, ମୁଣ୍ଡୁରୁମାହା ଠାରୁ ଗୁହିବାଡି କୁ ରାସ୍ତା ନିର୍ମାଣ, ବ୍ରାହ୍ମଣୀଗାଁ ମେଡିକାଲରେ ନର୍ସ ନିଯୁକ୍ତି, ବ୍ରାହ୍ମଣୀଗାଁକୁ ଜଳଯୋଗାଣ, ବାଡାବାଙ୍ଗା ପଞ୍ଚାୟତରେ ଚାଲିଥିବା ବସୁଧା ଜଳଯୋଗାଣ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କରି ଜଳଯୋଗାଣ ବ୍ୟବସ୍ଥା ସହ ବିଭିନ୍ନ ଶିକ୍ଷା, ସ୍ୱାସ୍ଥ୍ୟ ,ରାସ୍ତା ସମସ୍ୟା ନେଟୱାର୍କ ସ୍ଥାପନ ସହ ପାନୀୟ ଜଳ ଯୋଗାଣ ଭଳି ସମସ୍ୟା ନେଇ ଲୋକ ପ୍ରତିନିଧି ମାନେ ଅଭିଯୋଗ କରିଥିଲେ । ଏହା ସହ ଆକାରଣେ ବାରମ୍ବାର ବିଦ୍ୟୁତ କାଟ ଭଳି ସମସ୍ୟା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ବିଶ୍ୱରଞ୍ଜନ ନାୟକ, ବିଡିଓ ଗଦାଧର ପାତ୍ର, ତହସିଲଦାର ଚାର୍ଲସ ନାୟକ, ସହକାରୀ ଉଦ୍ୟାନ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ମଲିକ, ବ୍ଲକ କୃଷି ଅଧିକାରୀ ବୃନ୍ଦାବନ ବେହେରା, ସିଡିପିଓ ଅଞ୍ଜଳି ମହାପାତ୍ର, ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ କର ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.