ନବରଙ୍ଗପୁର(୩୦/୦୫) : ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ NIC ବୈଠକ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ Virtual Mode ଆଲୋଚନାରେ ଭାଗ ନେଇଥିଲେ। ଏହା ସହିତ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଦିବାକର ବାହୁକ, କିଶୋର ନ୍ୟାୟ ପରିଷଦ ସଦସ୍ୟ ସିଦ୍ଧାର୍ଥ ଶଙ୍କର ବେହେରା, ଆଇନ ପରିବୀକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ମାର୍ଥା, ଶିଶୁଅଧିକାରୀ ଆନୁଷ୍ଠାନିକ ଯତ୍ନ ଶ୍ରୀମତୀ କୁନିମୁନି ସ୍ଵାଇଁ ଏବଂ ପାଞ୍ଚ ଜଣ ଶିଶୁଙ୍କର ଅଭିଭାବକ ଏହି ବୈଠକରେ ଯୋଗଦାନ କରିଥିଲେ। ନବରଙ୍ଗପୁର ଜିଲ୍ଲାର ପାଞ୍ଚଜଣ ମାତୃ ପିତୃ ହୀନ ଶିଶୁ ଅନ୍ୟ ଏକ କୋଠରୀରେ ଭିଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ। କୋଭିଡ ମହାମାରୀ ରେ ପିତା ମାତାଙ୍କୁ ହରେଇ ଅସହାୟ ହୋଇଥିବା ଶିଶୁ ମାନଙ୍କ ପାଇଁ ଭାରତ ର ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଦ୍ଵାରା ଗତ ୨୯ ମାର୍ଚ୍ଚ ,୨୦୧୯ ମସିହାରେ ପରିକଳ୍ପନା କରା ଯାଇଥିବା PM CARES FOR CHILDREN SCHEME ଆଜି ସାରା ଦେଶ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଦ୍ଵାରା ସେହି ଶିଶୁ ମାନଙ୍କ ପାଇଁ ଉତ୍ସର୍ଗୀକୃତ କରା ଯାଇଛି ଯେଉଁ ଶିଶୁମାନଙ୍କର , ପିତା ଓ ମାତା ଉଭୟ କୋଭିଡରେ ଆକ୍ରାନ୍ତ ହୋଇ ୧୧ ମାର୍ଚ୍ଚ ,୨୦୨୦ ରୁ ୨୮ ଫେବ୍ରୁଆରି,୨୦୨୨ ମଧ୍ୟରେ ମୃତ୍ୟୁ ବରଣ କରିଛନ୍ତି। ପିତା ଓ ମାତାଙ୍କ ମଧ୍ୟରୁ କେହିଜଣେ କୋଭିଡ ଆଗରୁ ମୃତ୍ୟୁ ବରଣ କରିଥିଲେ, ଆଉ ଯେଉଁ ଜଣକ ବଞ୍ଚି ଥିଲେ , ସେ ଜଣକ ୧୧ ମାର୍ଚ୍ଚ ,୨୦୨୦ ରୁ ୨୮ ଫେବ୍ରୁଆରି,୨୦୨୨ ମଧ୍ୟରେ କୋଭିଡ ରେ ମୃତ୍ୟୁ ବରଣ କରି ଗଲେ। ପିତା ଓ ମାତା ଉଭୟ କୋଭିଡ ଆଗରୁ ମୃତ୍ୟୁ ବରଣ କରିଥିଲେ, ପିଲା ମାନେ ସେମାନଙ୍କର କେହି ଜଣେ ଆତ୍ମୀୟ,ପୃଷ୍ଠପୋଷକ କିମ୍ବା ଆଇନ ସମ୍ମତ ଅଭିଭାବକ ଙ୍କ ପାଖରେ ଥିଲେ, ମାତ୍ର ସେ ଜଣକ ୧୧ ମାର୍ଚ୍ଚ ,୨୦୨୦ ରୁ ୨୮ ଫେବ୍ରୁଆରି,୨୦୨୨ ମଧ୍ୟରେ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଗଲା ପରେ ଶିଶୁଟିର ଯତ୍ନ ନେବାକୁ କେହି ରହିଲେ ନହିଁ ।
ଏହି ପ୍ରକାର ଶିଶୁମାନଙ୍କୁ ଥଇଥାନ ଓ ସେମାନଙ୍କ ଭବିଷ୍ୟତ ଗଢି ତୋଳିବାର ଲକ୍ଷ୍ୟ ନେଇ PM CARES FOR CHILDREN SCHEME ର ପରିକଳ୍ପନା।
ଯାହାର ଫଳ ସ୍ୱରୂପ ଆଜି ଦେଶ ର ସମସ୍ତ ରାଜ୍ୟରୁ ସର୍ବ ମୋଟ ୪୩୪୫ ଜଣ ଶିଶୁ ଏହି ଯୋଜନାରେ ଉପକୃତ ହୋଇ ପାରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ସମୁଦାୟ ୫ ଜଣ ଏହି ଯୋଜନାରେ ଉପକୃତ ହୋଇଛନ୍ତି |
ଯୋଜନାର ସୁବିଧା ସୁଯୋଗ :
ଆର୍ଥିକ ସହାୟତା:
୧ ଯୋଗ୍ୟ ପ୍ରତ୍ୟେକ ଶିଶୁ ନାମରେ ବୟସ ଅନୁସାରେ ପୋଷ୍ଟ ଅଫିସ ରେ ଜମା ରାଶି ଯାହାକି ୧୮ ବର୍ଷ ବୟସ ବେଳକୁ ତାହା ୧୦ ଲକ୍ଷ ଟଙ୍କା ହେବ। ତାହା ଯୁଗ୍ମ ଭାବେ ଜିଲ୍ଲାପାଳ ଓ ଶିଶୁ ନାମରେ ପରିଚାଳିତ ହେବ । ୧୮ ବର୍ଷ ରୁ ୨୩ ବର୍ଷ ପର୍ଯ୍ୟନ୍ତ ଏହି ଟଙ୍କାର ସୁଧ ପିଲାର ବ୍ୟକ୍ତିଗତ ଆବଶ୍ୟକତା ପୂରଣ ପାଇଁ ମାସକୁ ମାସ ନିଜ ଖାତା କୁ ପଠାଯିବ । ୨୩ ବର୍ଷ ପୂରଣ ହେବା ପରେ ମୂଳ ୧୦ ଲକ୍ଷ ଟଙ୍କା ପିଲାଟି ସ୍ଵାଧୀନ ଓ ଦ୍ଫାଇତ୍ଵବାନ ଭାବେ ମାଲିକାନା ପ୍ରାପ୍ତ ହେବ ।
ଆମ ଜିଲ୍ଲା କ୍ଷେତ୍ର ରେ 3 ଟି ପରିବାର ରୁ ୫ ଜଣ ପିଲା ଯୋଗ୍ୟ ବିବେଚିତ ହୋଇ ବୟସାନୁସାରେ
୧ମ ପିଲା ନାମ ରେ – ୫,୧୭,୨୪୦/-
୨ୟ ପିଲା ନାମରେ – ୯,୨୯,୩୭୦/-
୩ୟ ପିଲା ନାମରେ- ୯,୨୯,୩୭୦/-
୪ର୍ଥ ପିଲା ନାମରେ – ୮,୦୨,୭୨୦/-
ଓ ୫ମ ପିଲା ନାମରେ- ୯,୨୯,୩୭୦/-
ସ୍ଥାନୀୟ ପୋଷ୍ଟ ଅଫିସ ଜମା ଖାତାରେ ବନ୍ଧା ଯାଇ ସାରିଛି। ଉକ୍ତ ୫ ଜଣ ଶିଶୁଙ୍କ ମଧ୍ୟରୁ ୪ ଜଣ ଝିଅ ଓ ଜଣେ ପୁଅ ପିଲା ।
୨ ପରିବାର ପିଛା ୫୦,୦୦୦/- ex-gratia. ଦିଆ ସରିଛି
୩ ଉଚ୍ଚ ଶିକ୍ଷା ପାଇଁ ଋଣ ସହାୟତା ଯାହାର ସୁଧ P.M Cares ବହନ କରିବ
ରହିବା ଓ ବଞ୍ଚିବା ପାଇଁ ସହାୟତା
୧ .ଜୀବିତ ଥିବା ଆତ୍ମୀୟ ମାନଙ୍କ ପାଖରେ ଶିଶୁ ମାନଙ୍କର ଥଇଥାନ ବ୍ୟବସ୍ଥା କରାଯାଇଛି ।
୨ . ଶିଶୁ ସୁରକ୍ଷା ଯୋଜନାରେ ପ୍ରତ୍ୟେକ ଶିଶୁ ମାନକୁ ମାସିକ ୨୦୦୦/- sponsorship ସପୋର୍ଟ ଦିଆ ଯାଉଛି ଓ ତାହା ଅପ୍ରେଲ ମାସରୁ ପିଛିଲା ଭାବେ ମାସକୁ 4000/- ଟଙ୍କା କରି ଦିଆଯିବ।
୩ . ରାଜ୍ୟ ସରକାରଙ୍କ ତରଫରୁ ଆଶୀର୍ବାଦ ଯୋଜନାରେ ପ୍ରତ୍ୟେକ ଶିଶୁ ମାନକୁ ମାସିକ ୨୫୦୦/- ଦିଆଯାଉଛି ତାହା ଶିଶୁଟିକୁ ୧୮ ବର୍ଷ ପୂରଣ କରିବା ପର୍ଯ୍ୟନ୍ତ ଦିଆଯିବ।
ସ୍କୁଲ ଶିକ୍ଷା ପାଇଁ ସହାୟତା :
୧ .ନିକଟସ୍ଥ କେନ୍ଦ୍ରିୟ ବିଦ୍ୟାଳୟ ରେ ଦିବାଧ୍ୟାୟୀ ଭାବେ ନିଶୁଳ୍କ ଶିକ୍ଷା ତଥା ମାଗଣାରେ ବିଦ୍ୟାଳୟ ପୋଷାକ,ବହି ଓ ଖାତା ପତ୍ର ସୁବିଧା – ଜଣେ ପିଲା ପଢୁଛି
୨ .ନଭୋଦୟ ବିଦ୍ୟାଳୟ,କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ନିଶୁଳ୍କ ଶିକ୍ଷା ସୁବିଧା
୩ .ପ୍ରଥମ ଶ୍ରେଣୀ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବର୍ଷ କୁ ୨୦,୦୦୦ ଟଙ୍କା ଶିକ୍ଷା ସହାୟତା ପ୍ରତ୍ୟେକ ପିଲା ପାଇଁ ଆଜି ଘୋଷଣା ହେଲା
୪ .ବେସରକାରୀ ବିଦ୍ୟାଳୟରେ ଆର.ଟି.ଇ ଆକ୍ଟ ଅନୁସାରେ ପଢି ପାରିବେ –ଖର୍ଚ/ଫିସ P.M Cares ବହନ କରିବ
ଉଚ୍ଚ ଶିକ୍ଷା ନିମନ୍ତେ ସହାୟତା:
୧ ଯୋଗ୍ୟ ପ୍ରତ୍ୟେକ ଶିଶୁକୁ ସ୍ଵନାଥ ସ୍କଲାର୍ସିପ- ବର୍ଷ କୁ ୫୦,୦୦୦/-ର ଅତିରିକ୍ତ ସହାୟତା
୨ ଯୋଗ୍ୟ ପ୍ରତ୍ୟେକ ଶିଶୁକୁ Skill Training ପାଇଁ କର୍ମ ସ୍କଲାର୍ସିପ
୩ ଯୋଗ୍ୟ ପ୍ରତ୍ୟେକ ଶିଶୁକୁ ଶିକ୍ଷା ଋଣ। ସୁଧ P.M Cares ବହନ କରିବ
ସ୍ଵାସ୍ଥ୍ୟ ବୀମା :
୧ ଆୟୁଷ୍ମାନ ଭାରତ ଅନ୍ତର୍ଗତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(P.M-JAY) ରେ ପ୍ରତ୍ୟେକ ଯୋଗ୍ୟ ଶିଶୁ ବାର୍ଷିକ 5,00,000/- ର ସ୍ୱାସ୍ଥ୍ୟ ବୀମା । ଜିଲ୍ଲାର ୫ ଜଣ ଯାକ ଶିଶୁଙ୍କୁ ଆଜି ସ୍ୱାସ୍ଥ୍ୟ ବୀମା କାର୍ଡ,
ପୋଷ୍ଟ ଅଫିସ ଜମା ଖାତା, ପ୍ରଧାନ ମନ୍ତ୍ରୀଙ୍କ ଦ୍ଵାରା ପ୍ରଦତ୍ତ ସାର୍ଟିଫିକେଟ ଓ ସ୍ନେହ ପତ୍ର (ପ୍ରଧାନ ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ଚିଠି) ପ୍ରଦାନ କରାଗଲା।
୨ ରାଜ୍ୟ ସରକାରଙ୍କ ତରଫରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ।
ବୈଠକ ଶେଷରେ ପାଞ୍ଚଜଣ ଶିଶୁଙ୍କୁ ଆୟୁଷ୍ମାନ ଆରୋଗ୍ୟ ସ୍ଵାସ୍ଥ୍ୟବୀମା କାର୍ଡ, PM CARES ପାସ ବୁକ, PM CARES ସାର୍ଟିଫିକେଟ, ପ୍ରଧାନମନ୍ତ୍ରୀଙ୍କ ପତ୍ର ସହ ସ୍କୁଲ ବେଗ ପ୍ରଦାନ କରଯାଇଥିଲା।