ମାଲକାନଗିରି ମାଥିଲି ବନବିଭାଗକୁ ସଫଳତା : ବେଆଇନ ଭାବେ ନିର୍ମିତ ଗୃହ ଉପକରଣ ଜବତ

ମାଲକାନଗିରି : ଆଜି ମାଲକାନଗିରି ଖଣ୍ଡିୟ ବନାଧିକାରୀ କତାପାଲ୍ଲୀ ପ୍ରତାପଙ୍କ ନିର୍ଦ୍ଦେଶ କ୍ରମେ ମାଥିଲି ବନାଞ୍ଚଳ ପକ୍ଷରୁ ରେଞ୍ଜର ବାସୁଦେବ ନାୟକଙ୍କ ନେତୃତ୍ୱରେ ଏକ ଟିମ ମାଥିଲି ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ ବେଆଇନ ଭାବେ ନିର୍ମିତ ଗୃହ ଉପକରଣ ଓ ବିକ୍ରି ପାଇଁ ରଖାଯାଇଥିବା କାଠରେ ନିର୍ମିତ ଗୃହ ଉପକରଣ ଗୁଡିକୁ ଜବତ କରିଛନ୍ତି । ଜବତ ହୋଇଥିବା କାଠ ସାମଗ୍ରୀ ଗୁଡିକ ହେଲା ପଲଙ୍କ ପାଇଁ ପ୍ରସ୍ତୁତ ୫୨ଗୋଟି ଶାଳ କାଠ ସାମଗ୍ରୀ ଓ ୩୭ଗୋଟି ସାଇଜ କାଠ ବନବିଭାଗ ପକ୍ଷରୁ ଜବତ କରାଯାଇଛି । ଆଗକୁ ଏହି ଭଳି ଚଢ଼ାଉ ଜାରୀରଖିବା କୁ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଆଜିର ଏହି ଚଢ଼ାଉ ସମୟରେ ରେଞ୍ଜର ସମେତ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.