ଦାରିଙ୍ଗବାଡ଼ିଠାରେ କଳା ସଂସଦ ପକ୍ଷରୁ ବୈଶାଖୀ ସାଂସ୍କୃତିକ ସନ୍ଧ୍ୟା

ଦାରିଙ୍ଗବାଡ଼ି ( ୩୦/୫) : ଦାରିଙ୍ଗବାଡ଼ି ସ୍ଥାନୀୟ ପଠପ୍ରାନ୍ତ ସେବା କେନ୍ଦ୍ର ଠାରେ ରବିବାର ସନ୍ଧ୍ୟାରେ ଦାରିଙ୍ଗବାଡ଼ି କଳା ପରିଷଦ ପକ୍ଷରୁ ବୈଶାଖୀ ସାଂସ୍କୃତିକ ସନ୍ଧ୍ୟା ୨୦୨୨ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିଶୁ ସାହିତ୍ୟକ,ସଙ୍ଗୀତକାର , କବି ତଥା ବିଡ଼ିଓ ଗଦାଧର ପାତ୍ର, ସମ୍ମାନିତ ଅତିଥି ଭାବେ ତହସିଲଦାର ଚାର୍ଲେସ ନାୟକ, ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ, ସମିତି ସଭ୍ୟ କାଳୀପ୍ରସାଦ ମଲ୍ଲିକ ମଞ୍ଚରେ ଉପସ୍ଥିତ ରହି କଳା ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଲୁକାୟତ ଭାବେ ଲୁଚି ରହିଥିବା ଶିଶୁ ପ୍ରତିଭାକୁ ପ୍ରକାଶ କରିବା ଏହା ଗୋଟେ ସୁଯୋଗ ବୋଲି କହିଥିଲେ ଏବଂ କଳା , ସାହିତ୍ୟ ପାରମ୍ପରିକ କଳା ବଞ୍ଚାଇବା କାର୍ଯ୍ୟକ୍ରମର ପ୍ରୟାସ ବୋଲି କହିଥିଲେ। ଏଥିରେ ଶିକ୍ଷକ ତଥା ତବଲା ବାଦକ ମାନସ ସୁଆଳ ସିଂ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ କାର୍ଯ୍ୟକ୍ରମଟିକୁ ଶିକ୍ଷକ ତଥା କବି ବିଦେଶୀ ନାୟଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶିଶୁ କଳାକାର ଠାରୁ ଆରମ୍ଭ କରି ସ୍ଥାନୀୟ ବହୁ କଳାକାର ମାନେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ହେବାରେ ବିଡ଼ିଓ ଗଦାଧର ପାତ୍ର ଓ ତହସିଲଦାର ଚାର୍ଲେସ ନାୟକଙ୍କ ଅନେକ ଅବଦାନ ରହିଥିଲା । ଅନ୍ୟ କଳାକାର ମାନଙ୍କ ମଧ୍ୟରେ ମାନସ ସୁଆଳ ସିଂ, ସୁଶାନ୍ତ ନାୟକ , ସୁନିତ ନାୟକ , ବିନୋଦ ନାୟକ, ଅକ୍ଷୟ ପରିଚ୍ଛା, ବିକାଶ ନାୟକ ଙ୍କ ସମେତ ଅନେକ କଳାକାର ମାନେ ସଙ୍ଗୀତ ପରିବେଷଣ କରି ଲୋକଙ୍କୁ ମନରଞ୍ଜନ କରିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ପ୍ରିୟଙ୍କା ସାହୁଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ି ଡ୍ୟାନ୍ସ ଏକାଡେମୀର କୁନି କୁନି କଳାକାର ମାନେ ନିଜର ନୃତ୍ୟ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ତହସିଲଦାର ଚାର୍ଲେସ ନାୟକ ସଂଯୋଜନା କରିଥିବା ବେଳେ ନୃତ୍ୟ ଓ ସଙ୍ଗୀତ ରେ ଝୁମି ଥିଲେ ଦର୍ଶକ।

nis-ad
Leave A Reply

Your email address will not be published.