ରାଜ୍ୟସଭା ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି

ଭୁବନେଶ୍ବର: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ୪ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ନାଁ ଉପରେ ମୋହର ଲଗାଇଛନ୍ତି ବିଜେଡି ସୁପ୍ରିମୋ । ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ନୂଆ ମୁହଁ ହୋଇଥିବା ବେଳେ ପୁଣିଥରେ ସସ୍ମିତ ପାତ୍ରଙ୍କ ଉପରେ ଭରସା କରିଛନ୍ତି ନବୀନ ।

ସସ୍ମିତ ପାତ୍ରଙ୍କୁ ରିପିଟ୍ କରାଯାଇଥିବା ବେଳେ ବାକି ୩ଜଣ ନୂଆ ନେତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ସ୍ଥିର କରିଛନ୍ତି ନବୀନ । ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଖାତାକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ କାହାକୁ ଦିଲ୍ଲୀ ପଠାଇବେ ନବୀନ, ଏ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ଚାଲିଥିଲା । କାରଣ ୪ଟି ଆସନ ପାଇଁ ଆଶାୟୀଙ୍କ ସଂଖ୍ୟା ଢେର ଅଧିକ ଥିଲା । କାହାକୁ ଦିଲ୍ଲୀ ପଠାଯିବ, ଏହା ଦଳ ପାଇଁ ଚ୍ୟାଲେଞ୍ଜ୍ ଥିଲା । ତେବେ ସବୁ ବର୍ଗକୁ ଦୃଷ୍ଟିରେ ରଖି ସୁପ୍ରିମୋ ନିଷ୍ପତି ନେଇଥିବା କୁହାଯାଉଛି ।

nis-ad
Leave A Reply

Your email address will not be published.