ପୁରୀରେ ୧୦ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ

ପୁରୀ : ପୁରୀ ବାସେଳୀ ସାହି, କୁମ୍ଭାରପଡ଼ା, ବଳିଆପଣ୍ଡା ଓ ସମୁଦ୍ରକୂଳ ଥାନା ପୋଲିସ ଅଞ୍ଚଳରେ ଚଢାଉ କରାଯାଇ ୧୦ ଜଣ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି।ସେମାନଙ୍କ ଠାରୁ ଦୁଇଟି ଅଫୁଟା ବୋମା, ଗୋଟିଏ ଖଣ୍ଡା, ଲୁହା ରଡ଼, ମୋବାଇଲ, ୫ଟି ବିୟର ବୋତଲ ଓ କାଠ ଫାଳିଆ, ଦୁଇଟି ବାଇକ୍ ଜବତ କରାଯାଇଛି।

ଗିରଫ ଅପରାଧୀଙ୍କ ମଧ୍ୟରୁ କିଛି ଜଣ ହତ୍ୟା ମାମଲାରେ ସଂପୃକ୍ତ ଅଛନ୍ତି। ଗିରଫ ଅଭିଯୁକ୍ତ ସଦର ଥାନା କଣ୍ଠପୁରର ସନାତନ ପ୍ରଧାନ, ଅଶୋକ ପ୍ରଧାନ, ରେବତୀରମଣର କାହୁଁ ଭୋଇ, ୬ ଟି ମାମଲାରେ ସଂପୃକ୍ତ ଥିବାବାସେଳୀ ସାହି ଜଗନ୍ନାଥ ବସ୍ତିର ରାଜା ସ୍ବାଇଁ, ପାର୍ବତୀପୁରର ଲକ୍ଷ୍ମୀଧର ଖଟେଇ।

୫ଟି ମାମଲାରେ ସଂପୃକ୍ତ ଥିବା ଲୋକନାଥ ରୋଡର ବୁଲା ଦାସ, ୧୧ଟି ମାମଲାରେ ସାମିଲ ଥିବା ହାତୀଶାଳର ସନ୍ତୁ ଓରଫ ସନ୍ତୋଷ ଦାସ, ଲୋକନାଥ ରୋଡର ଅବିନାଶ ନାୟକ, ନରେନ୍ଦ୍ରକୋଣ ହରିଜନ ବସ୍ତିର ରୂପକ ନାୟକ ଓ ସମୁଦ୍ର କୂଳ ସିଟି ରୋଡର ଜି.ରବି ରାଓ। ପୁରୀ ସହରକୁ କ୍ରାଇମ୍ ଫ୍ରି ସିଟି କରିବା ପାଇଁ ଏସପି କେ.ବିଶାଲ ସିଂଙ୍କ ନେତୃତ୍ବରେ anti crime drive operation ଚାଲିଛି। ଏଥିସହ ଆଉ ୧୯ ଜଣଙ୍କୁ ସିଆରପିସିର ୧୧୦ ଧାରାରେ ନୋଟିସ ଜାରୀ କରାଯାଉଛି।ପୂର୍ବରୁ ୬୦ ଜଣଙ୍କ ବିରୁଦ୍ଧରେ ସିଆରପିସିର ୧୧୦ ଧାରାରେ ନୋଟିସ ଜାରୀ କରିବା ସହ ୨ ଜଣଙ୍କୁ NSA ରେ ବୁକ୍ କରାଯାଇଛି। ଗତକାଲି ବିଭିନ୍ନ ହତ୍ୟାକାଣ୍ଡ ଓ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଏକ ୭ ଜଣିଆ ଆନ୍ତଃ ରାଜ୍ୟ ବନ୍ଧୁକ ବେପାରୀ ଗ୍ୟାଙ୍ଗକୁ ଧରିଥିଲା ପୁରୀ ପୋଲିସ। ସେମାନଙ୍କ ଠାରୁ ୪ ଟି ବନ୍ଧୁକ, ୪ ଟି ଜୀବନ୍ତ ଗୁଳି, ୨ ଟି ମୋବାଇଲ ଓ ୨୫୦୦ ଟଙ୍କା ଜବତ ହୋଇଥିଲା।

nis-ad
Leave A Reply

Your email address will not be published.