ସିଦ୍ଧୁ ମୁଜ୍ ୱାଲାଙ୍କ ହତ୍ୟାକାରୀଙ୍କୁ ଛଡ଼ାଯିବନି: ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ପଞ୍ଜାବର ଲୋକପ୍ରିୟ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁଜ୍ ୱାଲାଙ୍କ ହତ୍ୟାକାରୀଙ୍କୁ ଛଡ଼ାଯିବ ନାହିଁ। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏହା କହିଛନ୍ତି । ସେ କହିଛନ୍ତି ଯେ, ଗାୟକ ସିଦ୍ଧୁ ମୁଜ୍ ୱାଲାଙ୍କୁ ଆକ୍ରମଣରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ରକ୍ଷା କରାଯିବ ନାହିଁ। ଶାନ୍ତି ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ସିଦ୍ଧୁ ମୁଜ୍ ୱାଲାଙ୍କ ହତ୍ୟାକାଣ୍ଡହରେ ମୁଁ ଚକିତ ଓ ଗଭୀର ଦୁଃଖିତ । ଏଥିରେ ସମ୍ପୃକ୍ତ କେହି ରକ୍ଷା ପାଇ ପାରିବେ ନାହିଁ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମୋର ସମବେଦନା ଓ ପ୍ରାର୍ଥନା ତାଙ୍କ ପରିବାର ପ୍ରତି ରହିଛି। ମୁଁ ସମସ୍ତଙ୍କୁ ଶାନ୍ତ ରହିବାକୁ ନିବେଦନ କରୁଛି। ସୂଚନା ଅନୁଯାୟୀ, ମାନସା ଜିଲ୍ଲାରେ କଂଗ୍ରେସ ନେତା ତଥା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁଜ୍ ୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ଏହି ଗୁଳିକାଣ୍ଡରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଆହତ ତିନି ଜଣଙ୍କୁ ମାନସା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଜ୍ ୱାଲା ଏବଂ ତାଙ୍କର ଦୁଇ ବନ୍ଧୁ ପଞ୍ଜାବର ନିଜ ଗ୍ରାମ ମାନସା ଅଭିମୁଖେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା। ଶୁଭଦୀପ ସିଂ ସିଦ୍ଧୁ ପଞ୍ଜାବୀ କଣ୍ଠଶିଳ୍ପୀ ଭାବରେ ସିଦ୍ଧୁ ମୁଜ୍ ୱାଲା ନାଁରେ ବେଶ ଲୋକପ୍ରିୟ ହୋଇଥିଲେ। ପଞ୍ଜାବ ସରକାର ମୁଜ୍ ୱାଲା ସମେତ ୪୨୪ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି। ଗତ ବର୍ଷ ନଭେମ୍ବରରେ ମୁଜ୍ ୱାଲା କଂଗ୍ରେସରେ ଯୋଗ ଦେଇଥିଲେ।
ମୁଜ୍ ୱାଲା କଂଗ୍ରେସ ଟିକେଟରେ ମାନସାରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କୁ ଆମ୍ ଆଦମୀ ପାର୍ଟିର ଡକ୍ଟର ବିଜୟ ସିଙ୍ଗଲା ପରାସ୍ତ କରିଥିଲେ। ଆପ୍‌ ପ୍ରାର୍ଥୀ ବିଜୟ ସିଙ୍ଗଲାଙ୍କଠାରୁ ୬୩,୦୦୦ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । ତେବେ ଦୁର୍ନୀତି ଅଭିଯୋଗରେ ବିଜୟ ସିଙ୍ଗଲାଙ୍କୁ ନିକଟରେ ମନ୍ତ୍ରିମଣ୍ଡଳରୁ ଆପ ସରକାର ବରଖାସ୍ତ କରିଛନ୍ତି। ତେବେ ଗତ ମାସରେ ସିଦ୍ଧୁ ମୋସୱାଲା ‘ସ୍କାପଗୋଟ୍’ ନାମରେ ଏକ ଗୀତ ରିଲିଜ୍‌ ହୋଇଥିଲା। ଲହି ଗୀତରେ ସେ ଆମ୍ ଆଦମୀ ପାର୍ଟି ସମର୍ଥକଙ୍କୁ ଟାର୍ଗେଟ କରିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା। ଏହି ଗୀତରେ ସେ ଆପ୍‌ ସମର୍ଥକଙ୍କୁ ଦେଶଦ୍ରୋହୀ ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା।

nis-ad
Leave A Reply

Your email address will not be published.