ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ସଂସ୍କାର କାର୍ଯ୍ୟକ୍ରମ

ନବରଙ୍ଗପୁର : ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରି ସାହୁ ସ୍ବାଗତ ଅଭିଭାଷଣ ଦେବା ସହ ସୁସ୍ଥ ସମାଜ ଗଠନରେ ଯୁବ ବର୍ଗ ର ଭୂମିକା ଏବଂ ସଂସ୍କାରର ବିଭିନ୍ନ ଦିଗ ସଂପର୍କ ରେ ଆଲୋକପାତ କରିଥିଲେ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନବରଙ୍ଗପୁରର ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ହୃଷୀକେଶ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଯୁବ ସଂସ୍କାର କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ରୂପରେଖ ସମ୍ପର୍କରେ ଅବଗତ କରାଇଥିଲେ ଓ ଅନେକ ମହା ପୁରୁଷ ଙ୍କ ଜୀବନୀ ସଂପର୍କ ରେ ଆଲୋକପାତ କରିଥିଲେ।

ଯୁବ ସଂସ୍କାର କାର୍ଯ୍ୟକ୍ରମ ର ସଂଯୋଜିକା ଶ୍ରୀମତୀ ତାହିରା ବେଗମ ଛାତ୍ରୀ ମାନଙ୍କୁ ଯୁବ ସଂସ୍କାର କାର୍ଯ୍ୟକ୍ରମ ର ଆବଶ୍ୟକତା ବିଷୟରେ ବୁଝାଇଥିଲେ।ମହିଳା ମହବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଡକ୍ଟର ସଂଯୁକ୍ତା ପଣ୍ଡା କାର୍ଯ୍ୟକ୍ରମ ପରିଚଳନା କରିଥିଲେ।ଉକ୍ତ କାର୍ଯୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟାପକ ବିନୋଦ ପ୍ରଧାନ, ଶ୍ରୀ ଏନ୍ ଏନ୍ ଖୋସଲା, ଶ୍ରୀମତୀ ରଞ୍ଜୁସା ପ୍ରହରାଜ, ତରାନୁମ୍ ଆରା, ଡକ୍ଟର ଏମ ରୋହିଣୀ ରାଣୀ,ସୁନୀତା ପାତ୍ର, ତ୍ରୀପତି ମାଳି, ଭୁବନ ହରିଜନ, ପଞ୍ଚାନନ ଦାସ ସମେତ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ଛାତ୍ରୀ ସହଯୋଗ କରିଥିଲେ। ଶେଷ ରେ ଅଧ୍ୟକ୍ଷା ଶ୍ରୀମତୀ ତାହୀରା ବେଗାମ ଧନ୍ୟବାଦ୍ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.