ଗଞ୍ଜେଇ ଚୋରା ଚାଲାଣ : ଅବକାରୀ ଗୁଇନ୍ଦା ବିଭାଗ ର ଚଢ଼ାଉ 47 କିଲୋ 500ଗ୍ରାମ ଗଞ୍ଜେଇ ଜବତ, ୨ ଗିରଫ…

ବ୍ରହ୍ମପୁର : କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଗଞ୍ଜେଇ ଚୋରା ଚାଲାଣ ବେଳେ ଖଡାସିଙ୍ଗ ଠାରେ ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ମୋଟ 47 କିଲୋ 500ଗ୍ରାମ ଗଞ୍ଜେଇ ସହ ଗୋଟିଏ ବୁଲେଟ ଓ ସ୍କୁଟି ଜବତ କରି ଦୁଇ ଜଣକୁ ଗିରଫ କରିଛି । ବୁଲେଟରୁ 7 କିଲୋ 500 ଗ୍ରାମ ଏବଂ ସ୍କୁଟିରୁ 40 କିଲୋ ଗଂଜେଇ ଜବତ ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ଅବକାରି ଗୁଇନ୍ଦା ବିଭାଗ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସାଗର କୁମାର ସାହୁ ଏବଂ ଗୁରଦେବ ପ୍ରଧାନ । ଉଭୟଙ୍କ ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ କି୍ରିକୂଟ ଗ୍ରାମର । ଗାଡ଼ିରେ ଥିବା ଅନ୍ୟ ଦୁଇ ସହଯୋଗୀ ଫେରାର ହୋଇଯାଇଥିବା ସୂଚନା ମିଳିଛି l ଅବକାରୀ ଗୋଇନ୍ଦା ବିଭାଗ ତଦନ୍ତ ଜାରି ରଖି ଫେରାର ୨ ଜଣକୁ ଗିରଫ କରିବା ସହ ଏହି ଚୋର ଚାଲାଣ ରେ କିଏ କିଏ ଜଡିତ ଅଛନ୍ତି ଏବଂ ଏହି ଗଞ୍ଜେଇ କେଉଁଠି କୁ ଚାଲାଣ ହେଉଥିଲା ତାହା ତଦନ୍ତ ପରିସର ଭୁକ୍ତ ରହିଛି

nis-ad
Leave A Reply

Your email address will not be published.