ନିସର୍ତ୍ତ ଖବର ପ୍ରସାରଣର ମହାପ୍ରଭାବ : ଛାତ୍ରବାସରେ ଛାତ୍ରଙ୍କ ମୃତ୍ୟୁ ଘଟଣା, ବିଦ୍ୟାଳୟର ଦାୟିତ୍ବହୀନତା ପାଈଁ ଦୁଇ ଅଧିକାରୀ ନିଲମ୍ବିତ

ମାଲକାନଗିରି //ଖଇରପୁଟ (୨୭/୦୫) : ଖଇରପୁଟ ବ୍ଲକ ଅନ୍ତର୍ଗତ ଗତ ୧୫ ମେ ୨୦୨୨ ରେ ନନ୍ଦିନୀଗୁଡ଼ା ଆଶ୍ରମ ବିଦ୍ୟାଳୟର ଛାତ୍ରାବାସରେ ହୋଇଥିବା ଛାତ୍ରମୃତ୍ୟୁ ଘଟଣାରେ ଗୋଟିଏ ପାଦ ଆଗକୁ ଯାଇଛି ଜିଲ୍ଲା ପ୍ରଶାସନ ମାଲକାନଗିରି। ଉକ୍ତ ଘଟଣାକୁ ନେଇ ୧୬ ମେ ୨୦୨୨ ରେ ଏକ ପ୍ରାଥମିକ ତଦନ୍ତ ରିପୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜନସାଧାରଣଙ୍କ ତରଫରୁ “ନିସର୍ତ୍ତ” ଗଣମାଧ୍ୟମ ଜରିଆରେ ସମ୍ବାଦ ପ୍ରସାରଣ କରାଯାଇଥିଲା । ପୁନଶ୍ଚ ୧୯ମେ ୨୦୨୨ ରେ ପ୍ରଶାସନିକ ଅବହେଳାକୁ ଦୃଷ୍ଟି ଆକର୍ଷଣ କରି ତଥା ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଖବର ପ୍ରକାଶ କରିବା ପରେ ସମସ୍ତ କଳ୍ପନା ଜଳ୍ପନାରେ ରୋକ୍ ଲଗାଇ ଗତ ୨୩ମେ ୨୦୨୨ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ନାୟକ ଏବଂ ଛାତ୍ରାବାସ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ସଙ୍ଗୀତା ବିଶ୍ବାସ ଙ୍କୁ ନିଜ ନିଜ ପଦରୁ ନିଲମ୍ବନ କରାଯାଇଛି । ତେବେ ବର୍ତ୍ତମାନ ନାରାୟଣ ନାୟକ ଚିତ୍ରକୋଣ୍ଡା ବ୍ଲକ୍ ଏବଂ ସଙ୍ଗୀତା ନାୟକ ପଡ଼ିଆ ବ୍ଲକ୍ ରେ ସରକାରୀ ପର୍ଯ୍ୟବେକ୍ଷଣରେ ରହିବା ପାଇଁ କାର୍ଯ୍ୟାଦେଶ ଜାରି କରାଯାଇଛି । ତେବେ ପ୍ରଶ୍ନ ଉଠୁଛି କେବଳ ପ୍ରଶାସନିକ ସ୍ତରରେ ଚଞ୍ଚକତା କରି ୨ଅଧିକାରୀ ଙ୍କ ନିଲମ୍ବନରେ ତଦନ୍ତ ସୀମିତ ରହିଯିବନି ତ !! ସେପଟେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ଯେ ପ୍ରକୃତରେ ଆରୋପ ଉଠିଥିବା ଅଧିକାରୀଙ୍କ ବିରୋଧରେ କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ? କେବଳ ଶିକ୍ଷକ କାହିଁକି ବଳି ପଡିବ?ଶିକ୍ଷକ ଙ୍କୁ ନିଲମ୍ବନ କରା ଯାଇଛି. ପଦାଧିକାରୀ ଙ୍କ ଖସି ପଳାଇ ନିରୀହ ଙ୍କୁ ଅତ୍ୟାଚାର କେତେ ଦିନ?ଅଭିଭାବକ ଙ୍କ କୋଳ ରୁ ପୁଅ ଚାଲିଗଲା ସେ ଅଭାବ ପୂରଣ କରି ହେବ ନାହିଁ କିନ୍ତୁ କ୍ଷତି ପୂରଣ ଦେବା ପାଇଁ ଦାବି ହେଉଛି

nis-ad
Leave A Reply

Your email address will not be published.