ଦାରିଙ୍ଗବାଡ଼ି ବ୍ଲକ ମହକୁମାର ବିଭିନ୍ନ ସମସ୍ୟା ନେଇ ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଦାରିଙ୍ଗବାଡ଼ି (୨୭/୫) : ଦାରିଙ୍ଗବାଡ଼ି ବ୍ଲକ ଆଚଂଳିକ ମିଳିତ ମହାସଂଘ, ଜନ ପ୍ରତିନିଧି, ଜୀବିକା ସୁରକ୍ଷା ମଞ୍ଚ, ଦାରିଙ୍ଗବାଡ଼ି ଦଳିତ ସମାଜ, ଆଞ୍ଚଳିକ ନାରୀ ମହାସଂଘ ଓ ଲୋକ ସଂଗଠନ ମିଳିତରେ ବିଭିନ୍ନ ଉଦ୍ଦେଶ୍ୟ କୁ ନେଇ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦିଆଯାଇଛି। ଦାରିଙ୍ଗବାଡି ଚାରିଛକରେ ସର୍ବସାଧାରଣ ଜମିରେ ଅଞ୍ଚଳ ବାସୀଙ୍କ ସୁବିଧା ପାଇଁ ଏକ ଯାତ୍ରୀ ବିଶ୍ରାମାଗାର ରହିଥିଲା। କାଳକ୍ରମେ କିଛି ମୁଷ୍ଟିମେୟ ଲୋକମାନେ ଉକ୍ତ ଜମିକୁ ନିଜର ସ୍ଵାର୍ଥ ନିମନ୍ତେ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରିଛନ୍ତି ବୋଲି ଦେଇଥିବା ଦାବିପତ୍ର ରେ ଉଲ୍ଲେଖ ରହିଛି। ଦାବି ଗୁଡ଼ିକ ମଧ୍ୟରେ ପିଇବା ପାଣି ସମସ୍ୟାର ସମାଧାନ, ବ୍ୟାଙ୍କ ମାନଙ୍କରେ କୃଷି ଋଣ ଓ ଛାତ୍ର ଛାତ୍ରୀଙ୍କ ଅଧ୍ୟୟନ ପାଇଁ ଋଣ ପ୍ରଦାନ, ଠିକ ସମୟରେ ଚାଷୀଙ୍କୁ ବିହନ ଯୋଗାଇ ଦେବା, ମେଡ଼ିକାଲ ରେ ଡାକ୍ତରୀ ପଦବୀ ପୂରଣ ଏବଂ ୧୦୦ ଶଯ୍ୟା ବିଶିଷ୍ଟ ରୋଗୀଙ୍କ ପାଇଁ ସୁବିଧା ଯୋଗାଇ ଦେବା, ବିକଳାଙ୍ଗ ମାନଙ୍କୁ ଠିକ ସମୟରେ ଭତ୍ତା ନ ଦେବା, ରାଜସ୍ୱ ନିରୀକ୍ଷକ ଶ୍ରୀ କେଦାର ପ୍ରସାଦ ସାହୁ ଲୋକଙ୍କୁ ଖରାପ ବ୍ୟବହାର ଦେଖାଉଛନ୍ତି ତେଣୁ ତାଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ମଧ୍ୟ ସେମାନଙ୍କ ଦାବି ରହିଛି। ବିଶେଷ କରି ଦାରିଙ୍ଗବାଡ଼ି ଚାରିଛକ ଠାରେ ଯାତ୍ରୀବିଶ୍ରାମ ଗୃହ ଓ ଶୌଚାଳୟ ନିର୍ମାଣ ନିମନ୍ତେ ଦାରିଙ୍ଗବାଡ଼ି ମିଳିତ ନାରୀମହାସଙ୍ଘ ବାରମ୍ବାର ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ ପ୍ରଶାସନ ଏହାର କୌଣସି ପଦକ୍ଷେପ ନେଉନାହାନ୍ତି । ଫଳରେ ଅଞ୍ଚଳବାସୀ ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଏଣୁ ଘଟଣାକୁ ଗୁରୁତ୍ୱ ନେଇ ଆଗାମୀ ୭ ଦିନ ମଧ୍ୟରେ ଯଦି କୌଣସି ସମାଧାନ ନ ହୁଏ ତେବେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବୁ ବୋଲି ଲିଖିତ ଦାବିପତ୍ର ରେ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

nis-ad
Leave A Reply

Your email address will not be published.