ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୬ଟି ଚକ ନିର୍ମାଣ ଶେଷ

ପୁରୀ: ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି ।ଆଜି ସୁଦ୍ଧା ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୬ଟି ଚକ ନିର୍ମାଣ ଶେଷ ସରିଛି । ପ୍ରତି ରଥର ତିନୋଟି ଭୂଇଁ ନିର୍ମାଣରେ ପ୍ରତ୍ୟେକ ଭୂଇଁ ପାଇଁ ୪ଟି ଲେଖାଏଁ ୧୨ଟି ‘ଭୂଇଁଚଉତା’ ଆବଶ୍ୟକ ହୋଇଥାଏ। ଆଜି ସୁଦ୍ଧା ତିନି ରଥର ୮ଟି ଲେଖାଁଏ ଭୂଇଁଚଉତାର ଚଉପଟ କାର୍ଯ୍ୟ ସରିଛି । ଏଥିସହ ତିନିରଥର ୪ଟି ଲେଖାଏଁ ମୁହାଁଟ ଏବଂ ୪ଟି ଲେଖାଏଁ ନିରାଡ଼ି ନିର୍ମାଣ କାମ ଶେଷ ହୋଇଛି ।

ତିନିରଥର ରୂପକାର ସେବକମାନେ ପ୍ରଥମ ପର୍ଯ୍ୟାୟରେ ତିନିରଥର ୬ଟି ଲେଖାଁଏ ସାଲ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ୪ଟି ଲେଖାଏଁ ତିଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ରୂପକାର ସେବକମାନେ ଜାରି ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାରଶାଳରେ ତିନିରଥର ଓଝା ସେବକମାନେ ତୁମ୍ବରେ ମାପ ଅନୁଯାୟୀ ବଳା ନିର୍ମାଣ ସହ, ଘଡ଼ିମୁହଁ, ଦଣ୍ଡା, କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

nis-ad
Leave A Reply

Your email address will not be published.