ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହଙ୍କ ଚତୁର୍ଦ୍ଦଶୀ ଚନ୍ଦନ ଯାତ୍ରା ୧୦ମ ଦିନରେ

ଫୁଲବାଣୀ : ଫୁଲବାଣୀ ସହର ଜିରିଙ୍ଗିପଡା ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ଚତୁର୍ଦ୍ଦଶୀ ଚନ୍ଦନ ଯାତ୍ରା ଦଶମ ଦିନରେ ପଦାର୍ପଣ ହୋଇଛି | ଏହି ଅଵସର ରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ପୁନମ କହଁର ବିଜେଡି ଛାତ୍ର ସଭାପତି ସୁନୀଲ କୁମାର ସେଠୀ ଯୋଗ ଦେଇ ପ୍ରଥମେ ଲଷ୍ମୀ ନୃସିଂହ ମନ୍ଦିର ରେ ପହଞ୍ଚି ଲଷ୍ମୀ ନୃସିଂହ ଠାକୁର ଙ୍କୁ ଦର୍ଶନ ଲାଭ କରିଥିଲେ l ପରେ ଚାଲିଥିବା ଭୁବନେଶ୍ୱର ଆତ୍ମା ଡେନ୍ସ ଟିଭି ଗ୍ରୁପ ଅୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ମଞ୍ଚ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ଉପସ୍ଥିତ ଦର୍ଶକ ଙ୍କୁ ଭଗବାନ ବିଷୟରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ପରେ ସମ୍ମାନିତ ଅତିଥି ପୁନମ କହଁର ମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ l ଏହା ପରେ ଗ୍ରାମ କମିଟି ସଭାପତି ସୁଜିତ କୁମାର ବେହେରା ନିଜ ଅଞ୍ଚଳ ରେ ବିଭିନ୍ନ ସମସ୍ୟା ନେଇ ମଞ୍ଚରେ ସାଂସଦ ଙ୍କୁ ଅବଗତ କରିଥିଲେ l ଶେଷରେ ଯାତ୍ରା ପରିଚନା କମିଟି ସଭାପତି ପାର୍ଥ ସାରଥୀ ବିଶ୍ୱାଳ ଏହି ଯାତ୍ରା ଦୀର୍ଘ ୨୨ବର୍ଷ ଧରି ହୋଇ ଆସୁଛି ଚଳିତ ବର୍ଷ ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ଠାକୁର ଚତୁର୍ଦ୍ଦଶୀ ଦିନ ମଇ ୧୪ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଯାତ୍ରା ଶେଷ ହେବ l ଏଭଳି ଯାତ୍ରା ହେବାର ଉଦେଶ୍ୟ ହେଲା ଯାତ୍ରା ହେବl ଦ୍ୱାରା ଆମର ଅଞ୍ଚଳ ରେ ଭାଇ ଚାରl ସୃଷ୍ଟି କରିବା ସହିତ ଶିକ୍ଷିତ ଯୁବକ ମାନକୁ ଏକତ୍ରିତ କରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ସାମିଲ କରିବା ଅସହାୟ ଲୋକଙ୍କୁ ସାହାଯ୍ୟ କଲାଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ଶ୍ରୀ ବିଶ୍ୱାଳ ଅତିଥି ବୃନ୍ଦଙ୍କୁ ସୂଚନା ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଯାତ୍ରା ପରିଚାଳନା କମିଟି ସାଂସ୍କୃତିକ ସମ୍ପାଦକ ପାଞ୍ଚିଲି ବେହେରା ଉପ ସଭାପତି କରମ ବେହେରା କୀଚକ ନାୟକ ସମେତ କର୍ମକର୍ତା ମଞ୍ଚରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ବେଳେ ଗ୍ରାମ କମିଟି ସାଧାରଣ ସମ୍ପାଦକ ଦାରୁଣ ବେହେରା ମଞ୍ଚ ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.