ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବବିହାରରେ ସମ୍ପର୍ଣ୍ଣ ହୋଇଛି ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ । ଆଜି ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଏହି ଅବସରରେ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, ଓଡ଼ିଶାର ହଜାର ହଜାର ଲୋକ ଶ୍ରୀବାଲାଜୀଙ୍କ ଦର୍ଶନ ପାଇଁ ତିରୁପତି ଯାଉଛନ୍ତି ।

ଭୁବନେଶ୍ୱର ରେ ନବ ନିର୍ମିତ ଶ୍ରୀଭାରୀ ମନ୍ଦିର ହେଉଛି ଭଗବାନ ଭେଙ୍କଟେଶ୍ୱରଙ୍କର । ଭୁବନେଶ୍ୱର ବାସୀ ଖୁବ ନିକଟରେ ଭେଙ୍କଟେଶ୍ୱରଙ୍କର ଦର୍ଶନ ପାଇପାରିବେ ।
ତିରୁମାଲା ତିରୁପତି ଦେବସ୍ଥାନମ ପକ୍ଷରୁ ଜୟଦେବବିହାର ଛକ ନିକଟରେ ମନ୍ଦିର ନିର୍ମାଣ କରାଯାଇଛି । ସାତ ଦିନ ଧରି ଚାଲିଥିଲା ବିଗ୍ରହ ପ୍ରତିଷ୍ଠା ଉତ୍ସବ । ଟିଟିଡି ର ଚେୟାରମ୍ୟାନ ଶ୍ରୀ ୟୁଭି ସୁବା ରେଡ୍ଡୀ କହିଛନ୍ତି କି , ବିଶ୍ୱ ପ୍ରସିଦ୍ଧ ହିନ୍ଦୁ ଧାର୍ମିକ ସଂଗଠନ ତିରୁମାଲା ତିରୁପତି ଦେବସ୍ଥାନମ ହିନ୍ଦୁ ଧର୍ମ ପ୍ରଚାର ଉପରେ କାର୍ଯ୍ୟ କରି ଆସୁଛି । ହିନ୍ଦୁ ସନାତନ ଧର୍ମ ର ସୁରକ୍ଷା ଏବଂ ପ୍ରଚାରର ମୁଖ୍ୟ ଏଜେଣ୍ଡା ର ଏକ ଅଂଶ ଭାବରେ ପଛୁଆ ଅଂଚଳରେ ୫୦୧ ଟି ମନ୍ଦିର ନିର୍ମାଣ ହୋଇଛି । ୧୧୩୦ ଟି ମନ୍ଦିରର ନିର୍ମାଣ ଚାଲିଛି । ତେବେ ବିଶ୍ରାା ଶାରଦା ପୀଠର ଜୁନିଅର ଫଣ୍ଟିଫ୍ ସ୍‌ବତମାନନ୍ଦେନ୍ଦ୍ର ସରସ୍ୱତୀ , ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ , ଏଲଏସି ମୁଖ୍ୟ ଦୁଷ୍ମନ୍ତ କୁମାର ପ୍ରମୁଖ ଅଧିକାରୀ ଉପସ୍ଥିତ ରହିଥିଲେ ।
ଭୁବନେଶ୍ୱରରେ ଶ୍ରୀ ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରତିଷ୍ଠା ଦ୍ୱାରା ଭକ୍ତମାନେ ଏଠାରେ ଦର୍ଶନ କରିପାରିବେ । ଯିଏ ତିରୁପତି ଯାଇ ପାରିବେନି ଏଇଠି ଦର୍ଶନ କରିପାରିବେ ।

nis-ad
Leave A Reply

Your email address will not be published.