ଦୁଇ ଭିନ୍ନକ୍ଷମଙ୍କୁ ଓଡ଼ିଶା-ମୋ ପରିବାର ସହାୟତାରେ କୃତ୍ରିମ ଅଙ୍ଗ ପ୍ରଦାନ

ଭୁବନେଶ୍ୱର: ଆଜି ଓଡ଼ିଶା-ମୋ ପରିବାର ସହାୟତାରେ ଦୁଇଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଗଲା । ପ୍ରଥମ ଜଣକ ହେଲେ କଟକ ବାସିନ୍ଦା ୫୮ ବର୍ଷିୟ ଗଗନ ପ୍ରଧାନ ଏବଂ ଅନ୍ୟଜଣେ କଟକ ଜିଲ୍ଲା ବଡ଼ମ୍ବାର ୨୮ବର୍ଷିୟ ଯୁବକ ସୁବାଶିଷ ପାଇକରାୟ । ଏଠାରେ ସୂଚନାଯୋଗ୍ୟ ଯେ, ଗଗନ ତାଙ୍କ ଅଞ୍ଚଳରେ ଏକ କୂଅ ଖୋଳୁଥିବା ସମୟରେ ମାଟି ଅତଡ଼ା ଖସି ତାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ।

ପରବର୍ତ୍ତୀ ସମୟରେ ଗୋଡ଼ରେ ସଂକ୍ରମଣ ଅଧିକ ବ୍ୟାପିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଗୋଡ଼କୁ ଆଣ୍ଠୁ ତଳୁ କାଟିବାକୁ ପଡ଼ିଥିଲା । ଗଗନ ଗୋଟିଏ ଗୋଡ଼ରେ ବହୁ ଅସୁବିଧାରେ ଚଳ ପ୍ରଚଳ କରୁଥିଲେ । ସେହିଭଳି ୧୦ବର୍ଷ ପୂର୍ବେ ସୁବାଶିଷଙ୍କର କୌଣସି କାରଣରୁ ବାମ ଗୋଡ଼ ସଂକ୍ରମଣ ହୋଇଥିଲା । ସେ ଯେତେ ଔଷଧ ଖାଉଥିଲେ ମଧ୍ୟ ସେଥିରୁ ଆରୋଗ୍ୟ ହେଇପାରୁନଥିଲେ। ସଂକ୍ରମଣ ଅଧିକ ନବ୍ୟାପୁ ସେଥିପାଇଁ ଡାକ୍ତର ତାଙ୍କ ଗୋଡ଼କୁ ଅପରେସନ କରି କାଢ଼ିଦେଇଥିଲେ ।
ତେବେ ଆଜି ଓଡ଼ିଶା-ମୋ ପରିବାର ସହାୟତାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥିତ ଏ.ଆର.ସି (ଆଡଭାନ୍ସ ରିହାବିଲିଟେସନ୍ ସେଣ୍ଟର) ମାଧ୍ୟମରେ ଆବାହକ ଶ୍ରୀ ଅରୂପ ପଟନାୟକ, କଟକ ବାଙ୍କି ବିଧାୟକ ଶ୍ରୀ ଦେବୀ ରଂଜନ ତ୍ରିପାଠୀ ଏବଂ ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ପ୍ରମୁଖଙ୍କ ଉପସ୍ଥିତିରେ ଗଗନ ଏବଂ ସୁବାଶିଷଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରାଯାଇଥିଲା । କୃତ୍ରିମ ଗୋଡ଼ ଲାଗିବା ପରେ ଦୁଇଜଣ ଆନନ୍ଦରେ ଆତ୍ମବିଶ୍ୱାସ ଭରା କଣ୍ଠରେ ଓଡ଼ିଶା-ମୋ ପରିବାର ଏବଂ ଏ.ଆର.ସି.ର ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

nis-ad
Leave A Reply

Your email address will not be published.