ବ୍ରଜରାଜନଗର ଉପନିର୍ବାଚନ ପାଇଁ ଡିଜିପି ଙ୍କ ସମୀକ୍ଷା

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ନିର୍ବାଚନ କିପରି ଭାବେ ସୁରୁକ୍ଷୁରୁରେ ସରିବ ଏନେଇ ଡ଼ିଜିପି ଆଜି ସମୀକ୍ଷା କରିଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ,ଆଇନ୍ ଶୃଙ୍ଖଳା ଏଡ଼ିଜି ଏବଂ ଝାରସୁଗୁଡ଼ା ଏସପିଙ୍କ ସହ ଆଜି ସମୀକ୍ଷା କରାଯାଇଛି । ଅବାଧ ଓ ନିରପେକ୍ଷ ଭାବେ ନିର୍ବାଚନ ସାରିବାକୁ ଡ଼ିଜିପି ଗୁରୁତ୍ୱ ଦେଇଛନ୍ତି ।

ଏହି ନିର୍ବାଚନରେ ୧୨ ପ୍ଲାଟୁନ୍ ପୋଲିସ୍ ମଧ୍ୟ ମୁତୟନ ହେବେ । ଏହା ଛଡ଼ା ୨୫ ମୋବାଇଲ ପାଟ୍ରୋଲିଂ ପାର୍ଟି,୬ ଫ୍ଲାଇଂ ସ୍କ୍ୱାର୍ଡ଼ ମଧ୍ୟ ମୁତୟନ ହେବ ବୋଲି ସୁଚନା ଦେଇଛନ୍ତି ଡ଼ିଜିପି ।

ସୁଚନା ଅନୁସାରେ ମୈଦାନରେ ୧୧ ଜଣ ପ୍ରାର୍ଥୀ ଥିବାବେଳେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ । ଭୋଟିଂ ପାଇଁ ଆବଶ୍ୟକ ଇଭିଏମ୍ ବ୍ୟବସ୍ଥା କରାଯାଇଛି ବୋଲି ପ୍ରେସମିଟ କରି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।

ମୋଟ୍ ୨୭୯ ବୁଥରେ ମତଦାନ ହେବ । ଏଥିରେ ୫ଟି ପିଙ୍କ୍ ବୁଥ ରହିଛି । ୫୨୫ ଜଣ ଭୋଟର ଘରୁ ଭୋଟ୍ ଦେବା ପାଇଁ ଆବେଦନ କରିଥିଲେ ।

nis-ad
Leave A Reply

Your email address will not be published.