ହିଞ୍ଜିଳିକାଟୁ : ଶ୍ରୀ ରାମଚରିତ ମାନସ ପରାୟଣ ଓ ପ୍ରବଚନ ଉଦ୍‌ଯାପିତ…

ହିଞ୍ଜିଳିକାଟୁ : ଭଗବତ କଥା ବିଚରଣ ପରିଷଦ ତରଫରୁ ହିଞ୍ଜିଳିକାଟୁ ପାଟଣାସାହି ସ୍ଥିତ ଲକ୍ଷ୍ମୀନୃସୀଂହ ମନ୍ଦିର ପ୍ରାଙ୍ଗଣରେ ୧୭ ତାରିଖ ଠାରୁ ଚାଲିଥିବା ୯ ଦିନ ଵ୍ୟାପି ଶ୍ରୀ ରାମଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ଵୁଧବାର ରାତି ଉଦଯାପିତ ହୋଇଯାଇଛି । ଏଥିରେ ପ୍ରବଚକ ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ର ପଣ୍ଡିତ ଅନଙ୍ଗ ପ୍ରସାଦ ଦାଶ ଯୋଗଦେଇଥିଲେ ବ୍ୟାସ ଭାବେ ପଦ୍ମ ଚରଣ ଦାଶ ଓ କର୍ତା ଭାବେ ବିଜୟ କୁମାର ପାଣିଗ୍ରାହୀ ଅଂଶ ଗ୍ରହଣ କରିଥିଲେ । ଶ୍ରୀରାମଙ୍କ ଅମୃତବାଣୀ ଶୁଣିବା ସକାଶେ ସ୍ଥାନୀୟ ଅଂଚଳ ସମେତ ନିକଟବର୍ତୀ ଅଂଚଳର ବହୁ ମହିଳା ଓ ପୁରୁଷ ଭକ୍ତ ଉପସ୍ଥିତ ଥିଲେ । ପ୍ରତ୍ୟେହ ପୁର୍ବାହ୍ନରେ ପାରାୟଣ ଓ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଗତ ୨୩ ତାରିଖରେ ସୁନ୍ଦଗା କାଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଉଦଯାପନୀ ଉତ୍ସବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ,ପୂର୍ଵତନ ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ ,ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା , ବି.ଡ଼ି.ଓ. ସୁବ୍ରତ କୁମାର ଜେନା , ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ , ପୌରପରିଷଦର ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଅଧ୍ୟାପକ ଅରବିନ୍ଦ ପଣ୍ଡା,ଭଗବତକଥା ପରିଷଦର ସଭାପତି ଦେବାନନ୍ଦ ମହାପାତ୍ର ପ୍ରମୁଖ ଯୋଗଦେଇ ପରିଷଦର ବାର୍ଷିକ ପୁସ୍ତିକା ଶାଶ୍ବତ ଙ୍କୁ ଉନ୍ମୋଚନ କରିଥିଲେ । ବିଗତ ଦିନରେ ପରିଷଦ ତରଫରୁ ବ୍ଲକର ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀଙ୍କୁ ଉତ୍ସବରେ ପୁରସ୍କୃତ କରାଯାଇଥିଲା ।ଭାଗବତ କଥା ବିତରଣ ପରି ଷଦର ଉପସଭାପତି ଲକ୍ଷ୍ମୀ ନାନାପଣ ପଣ୍ଡା, ସାଧରଣ ସମ୍ପାଦକ ମନୋଜ କୁମାର ସାହୁ, ସମ୍ପାଦକ ତରୁଣ କୁମାର ପଣ୍ଡା , କୋଷାଧାକ୍ଷ ଗୌରହରି ପୃଷ୍ଟି , ସମୀକ୍ଷକ ପ୍ରଫେସର ରମେଶ ଚନ୍ଦ୍ର ଚୌଧୁରୀ, ଉପସଭାପତି ଏ. ଶଙ୍କର ପ୍ରସାଦ ଆଚାରୀ, , ଜଗନ୍ନାଥ ଦାଶ, ଗୋହିତ ପାଢି , ଡ ଗଦାଧର ବେହେରା, ହରିହର ଚୌଧୁରୀ, ଦ୍ବିତୀକୃଷ୍ଣ ପଣ୍ଡା, ବିଶ୍ଵମ୍ଭର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ । ଗୁରୁବାର ସନ୍ଧ୍ୟାରେ ଏକ ବିରାଟ ପଟୁଆରେ ଠାକୁରଙ୍କ ମୂର୍ତି ବିସର୍ଜନ କରାଯାଇଥିଲା ।

nis-ad
Leave A Reply

Your email address will not be published.