ଗ୍ରାହକ ସେବା କେନ୍ଦ୍ରରେ ଆଦିବାସୀ ମହିଳାଙ୍କ ଜମା ଖାତାରୁ ଟଙ୍କା ଠକେଇ ଅଭିଯୋଗ…

ଚିତ୍ରକୋଣ୍ଡା:- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୁରୁମାନୁର ପଞ୍ଚାୟତ କୁରୁମାନୁର ଠାରେ ଶ୍ରୀନୁ ନାମକ ଵ୍ୟକ୍ତି ଏକ ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ କିଛି ଦିନ ହେଲା ସେଠାକାର ଜନସାଧାରଣଙ୍କ ଠାରୁ ଟଙ୍କା ଜମା ଉଠାଣ କରିଆସୁଥିଲେ l ମଙ୍ଗଳବାର ଦିନ କୁରୁମାନୁର ଗ୍ରାମର ସୀତାମା ଖରା ନାମକ ଜଣେ ମହିଳା ଉକ୍ତ କେନ୍ଦ୍ର ପାସ ବୁକ ରୁ ଜମା ଟଙ୍କା ଜାଣିବା ପାଇଁ ଯାଇ ଚେକ କରଥିଲା l ଶ୍ରୀନୁ ଆଧାର କାର୍ଡ ନମ୍ବର ଏବଂ ସୀତାମା ର ବଟା ନେଇ ଦେଖି ତାରା ଆକାଉଣ୍ଟ ବାଲାନ୍ସ ଟ.୨୦,୭୦୦ /-ଅଛି ବୋଲି ଜଣାଇଥିଲେ l ସୀତାମା ବୁଧବାର ଦିନ ଚିତ୍ରକୋଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ କୁ ଆସି ଚେକ କରନ୍ତି ଟ.୧୦,୭୦୦/- ଅଛି ଟ.୧୦,୦୦୦/- ଆକାଉଣ୍ଟରେ ନାହିଁ l ସୀତାମା ବିଚଳିତ ହୋଇ ଗଲାକାଲି କୁରୁମାନୁର ଗ୍ରାହକ ସେବା କେନ୍ଦ୍ର ରେ ଚେକ କଲି ୨୦,୭୦୦/ ଥିଲା ଆଜି ଟ.୧୦,୦୦୦/- ନାହିଁ ସୀତାମା ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଶାଖା ପରିଚାଳକ ଙ୍କୁ ଯାଇ ଜଣାଇ ଆକାଉଣ୍ଟ ରେ ଟଙ୍କା ନଥିବା ଘଟଣା ଜଣାଇ ଅଭିଯୋଗ କରିଥିଲେ l ଶାଖା ପରିଚାଳକ ଗ୍ରାହକ ସେବା କେନ୍ଦ୍ରକୁ ଯାଇ ଟ.୧୦,୦୦୦/- ନଥିବା କଥା ଜଣାଇ ମାଗିବାକୁ କହିଥିଲେ l ସୀତାମା ମନ ଦୁଃଖରେ ଭାଙ୍ଗିପଡି କୁରୁମାନୁର ଯାଇଛନ୍ତି l ଏଇଭଳି ଉପାନ୍ତ ଅଞ୍ଚଳ ର ଆଦିବାସୀ ମହିଳାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ ହୋଇ ଠକେଇ ହୋଇଥିବା ଅଭିଯୋଗ ଆଣିଛନ୍ତି ସୀତାମା l ଏଇଭଳି ଚିତ୍ରକୋଣ୍ଡା ଅଞ୍ଚଳ ର ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଟଙ୍କା ଉଠାଣ ହୋଇ ଠକେଇ ହେଉଥିବାର ଅଭିଯୋଗ ହୋଇ ଦବି ଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି l ଅବିଳମ୍ବେ ସୀତାମା ଟଙ୍କା ଫେରି ପାଇବା ଏବଂ ହେଉଥିବା ଅଭିଯୋଗ ଯାଞ୍ଚ କରି ପଦକ୍ଷେପ ନେବାକୁ ଦାବି ହେଉଛି l

nis-ad
Leave A Reply

Your email address will not be published.