ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର ଆତ୍ମହତ୍ୟା ସନ୍ଦେ଼ହ…

ହିଞ୍ଜିଳିକାଟୁ : ଗୁରୁବାର ସକାଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ମର୍ଗତ ଘୋଡାହଡ ନଦୀପଠା ନିକଟ ଜନସ୍ବାସ୍ଥ୍ୟଵିଭାଗ ପମ୍ପହାଉସ ନିକଟ ନଦୀ ଆରପାଖ ତୋଟାରୁ ଜୈନିକ ଯୁବକଙ୍କ ଝୁଲନ୍ତା ମୃତଦେହକୁ ହିଞ୍ଜିଳି ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ହେଲେ ଶେରଗଡ଼ ଥାନା ଧନନ୍ତର ଗ୍ରାମର ବିଦେଶୀ ସେଠି(୪୦) । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୧୪/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଯୁବକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି । ଆତ୍ମହତ୍ୟାର ପ୍ରକୃତ ତଥ୍ୟ ଜଣାପଡ଼ିନଥିବା ବେଳେ ପୁଲିସର ଘଟଣାର ତଦନ୍ତ ଚଳାଇଛି।ଗୁରୁବାର ସକାଳେ ବୁରୁପଡା ଗ୍ରାମର କିଛି ଚାଷି ପଦର ବିଲକୁ କାମ କରିବାକୁ ଯାଇଥିଲେ ।ବିଲ ନିକଟ ତୋଟାରେ ଗଛରେ ଯୁବକ ଜଣକ ଲୁଙ୍ଗିରେ ମୃତଦେହକୁ ଝୁଲୁଥୁବା ଦେଖୁ ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ । ଖବର ପାଇ , ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ, ଏ ଏସ ଆଇ ଆଗୁ ପାତ୍ର ଓ ଏ ଏସ ଆଇ ରାଜନ ବିଷୋଈ ଙ୍କ ସହ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ ।

nis-ad
Leave A Reply

Your email address will not be published.