ଜୟନ୍ତୀପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା

ପାତ୍ରପୁର (୨୫/୦୫) : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜୟନ୍ତୀପୁର ଗ୍ରାମର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି। ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ପୋଲିସ ପକ୍ଷରୁ ଜଣାପଡିଛି। ସୂଚନା ଅନୁସାରେ ଜୟନ୍ତୀପୁର ଗ୍ରାମ ତେଲଗା ସାହିର ଏମ୍ ଡିଲ୍ଲିରାଉ (୫୮) ନାମକ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି। ଆଜି ସକାଳେ ସ୍ତ୍ରୀ ଓ ପୁଅ ମନରେଗା କାମକୁ ଚାଲି ଯାଇଥିଲେ। ସ୍ତ୍ରୀ ଓ ପୁଅ ମନରେଗା କାମରୁ ଫେରି ଘରର କବାଟ କାଡି ଦେଖିଲା ବେଳକୁ ଘରର ଫଙ୍କାରେ ସ୍ଵାମୀ ଝୁଲି ଥିବା ଦେଖିବାକୁ ପାଇଥିଲେ। ଘରର ଆର୍ଥିକ ଅବସ୍ଥାରେ ବିଚଳିତ ହୋଇ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ ଜରଡା ପୋଲିସ ପକ୍ଷରୁ ଏସ୍ ଆଇ ରଶ୍ମୀତା ସାମଲ ଓ ସାହୁବାବୁ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଜରଡ଼ା ପୋଲିସ ପକ୍ଷରୁ କେସ୍ ନଂ ୧୧/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜରଡା ପୋଲିସ ପକ୍ଷରୁ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.