ବିଜେପି ନେତାଙ୍କୁ ଗଳାକାଟି ହତ୍ୟା

ଚେନ୍ନାଇ: ଚେନ୍ନାଇର ମଙ୍ଗଳବାର ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି। ଏକ ଅଜଣା ଗ୍ୟାଙ୍ଗ ସମ୍ପୃକ୍ତ ନେତାଙ୍କ ଗଳାକାଟି ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇ ଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶାସକ ଡିଏମକେ ପ୍ରତିଶ୍ରୁତି ଦେଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ବିରୋଧୀ ଏଆଇଏଡିଏମକେ ଶାସକ ଦଳକୁ ଦାୟୀ କରିଛି। ହତ୍ୟାର ଶିକାର ହୋଇଥିବା ବିଜେପି ନେତା ଜଣକ ହେଉଛନ୍ତି ବାଲ ଚନ୍ଦ୍ରନ। ସେ ତାମିଲନାଡ଼ୁର ବିଜେପି କେନ୍ଦ୍ରୀୟ ଜିଲ୍ଲାର ଏସସି ଏଏସଟି ଶାଖାର ଅଧ୍ୟକ୍ଷ ଥିଲେ।
୩ ଜଣ ଦୁର୍ବୃତ୍ତ ତାଙ୍କୁ ଚିନ୍ତାଦ୍ରିପେଟରେ ହତ୍ୟା କରିଥିବା ଜଣାପଡ଼ିଛି। ମୃତ ବାଲ ଚନ୍ଦ୍ରନଙ୍କ ବାପା ବିଶ୍ୱନାଥନ କହିଛନ୍ତି ଯେ, ଗତ ୬ ମାସ ହେଲା ୩ ଜଣ ଯୁବକଙ୍କ ସହ ତାଙ୍କର ବିବାଦ ଥିଲା । ସେମାନେ ବିଜେପିରେ ମିଶିବା ପାଇଁ ଚାହୁଁଥିଲେ। କିନ୍ତୁ ସେମାନେ ଗୁଣ୍ଡାଶ୍ରେଣୀର ହୋଇଥିବାରୁ ମୋ ପୁଅ ବିରୋଧ କରିଥିଲେ ।
ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସେମାନେ ମୋ ପୁଅକୁ ହତ୍ୟା କରିଛନ୍ତି। ହତ୍ୟା ପରେ ବାଲଚନ୍ଦ୍ରନଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଅଣାଯାଇଛି। ଚେନ୍ନାଇ ପୁଲିସ କମିଶନର ଶଙ୍କର ଜୟୱାଲ କହିଛନ୍ତି ଯେ, ପୂର୍ବ ଶତ୍ରତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି। ଅପରାଧକୁ ନେଇ ପ୍ରତ୍ୟକ୍ଷଦର୍ଶୀଙ୍କର ବୟାନ ରେକର୍ଡ଼ ହୋଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଛି। ଖୁବ୍ ଶଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.