ଗଣମାଧ୍ୟମ ପ୍ରତିନିଧିଙ୍କ ସହ ପୌରାଧ୍ୟକ୍ଷାଙ୍କ ଆଲୋଚନା

ଫୁଲବାଣୀ (୨୩/୦୫) : ପ୍ରଶାସନ ଓ ସରକାରଙ୍କ ସହଯୋଗ ମିଳିଲେ ଫୁଲବାଣୀ ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବା ମୋର ଏକମାତ୍ର ଲକ୍ଷ୍ୟ ବୋଲି ରବିବାର ସନ୍ଧ୍ୟାରେ ଫୁଲବାଣୀ ପ୍ରେସ କ୍ଲବ ଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭେଟି ନବ ନିର୍ବାଚିତ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି କହିଛନ୍ତି । ଦାୟିତ୍ୱ ନେବାର କମ ଦିନ ମଧ୍ୟରେ ପୌରାଧାକ୍ଷା ସ୍ମିତାରାଣୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ସହରର ସଫେଇ କାର୍ଯ୍ୟ ଓ ଡ୍ରେନଜ ବ୍ୟବସ୍ଥାରେ କିଛିଟା ସୁଧାର ଆସି ଥୁବାବେଳେ ସହରରେ ଜବରଦଖଲ ସମସ୍ୟା,ପାନୀୟ ଜଳ ବ୍ୟବସ୍ଥା, ସହରରେ ସାମୁହିକ ଟଇଲେଟ ବ୍ୟବସ୍ଥା, ଖେଳପଡିଆ ନିର୍ମାଣ ଆଦି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ମାନ ହାତକୁ ନେବାଲାଗି ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ଅଶୋକ ପରିଡା ପ୍ରମୁଖ ପୌରାଧ୍ୟକ୍ଷାଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ସେହିପରି ସହରର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟରେ ଯଥା ସମ୍ଭବ ସହଯୋଗ କରାଯିବ ବୋଲି ସଭାପତି ପ୍ରତିଶୃତି ଦେଇଥିଲେ ।ନବନିର୍ବାଚିତ ପୌରାଧ୍ୟକ୍ଷା ସ୍ମିତାଙ୍କୁ ପ୍ରେସ କ୍ଲବ ପକ୍ଷରୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସ୍ବାଗତ ସମ୍ବର୍ଧନା ଦିଆଯାଇଥିଲା ।ଏହି ଅବସରରେ ପ୍ରେସ କ୍ଲବର କ୍ରିକେଟ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ପୁଷ୍ପଗୁଛ ସହ ମାନପତ୍ର ପ୍ରଦାନ କରାଯାଇଥିଲା ।ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବୈଠକରେ ପ୍ରେସ କ୍ଲବର ସମସ୍ତ ସଦସ୍ୟ ଓ ୱେବମିଡ଼ିଆ ସଦସ୍ୟ ମନେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.