ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହୋଇଛି । ୨୪ ତାରିଖ ପରଠୁ ରାଜ୍ୟରେ ବେଶୀ କାଳବୈଶାଖୀ ମଧ୍ୟ ଅନୁଭୂତ ହେବ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ ରୁ ୪ ଡିଗ୍ରୀ ବୃଦ୍ଧି ହେବା ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ବାୟୁ ମଣ୍ଡଳ ଉପରି ଭାଗରେ ଦକ୍ଷିଣପଶ୍ଚିମ ଉତ୍ତରପ୍ରଦେଶ ରୁ ଝାଡ଼ଖଣ୍ଡ ଯାଏ ଏକ ଟ୍ରପ ଲାଇନ୍ ଅଛି । ତାଛଡା ଓଡିଶା ଉପକୂଳ ଓ ଏହାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣିବଳୟ ଥିବାରୁ ଏହାର ପ୍ରଭାବରେ କାଳବୈଶାଖୀ ହେବ । ସେଥିପାଇଁ ଦକ୍ଷିଣ ଓଡିଶାର ରାୟଗଡା, କୋରାପୁଟ, ଗଞ୍ଜାମ, ଗଜପତି, ମାଲକାନଗିରି କୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଅନୁଭୂତ ହେବ ।
ତେଣୁ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ମେଘୁଆ ପାଗ ରହିବ କିନ୍ତୁ ଆଭ୍ୟନ୍ତରଣ ଓଡ଼ିଶାରେ ପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ।