ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପ୍ରଦକ୍ଷିଣ ଗୃହ ଠାରେ ଏକ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଙ୍କ ସଭାପତିତ୍ବରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ କନ୍ଧମାଳର ମାଣ୍ଡିପାଙ୍ଗା ଗାଁ ରେ ଯେଉଁ ଅଭାବ ର ଅଭାବନୀୟ ଦାରିଦ୍ର ଚିତ୍ର ଦେଖି ସ୍ତମ୍ଭଵିଭୂତ ହୋଇ ଯାଇଥିଲୁ… ସରକାର ଯୋଜନା କରୁଛନ୍ତି କିନ୍ତୁ ପ୍ରଶାସନ ର ଅବହେଳା ପାଇଁ ତାର ସୁଫଳ ଲୋକଙ୍କ ପାଖରେ ପହଂଚୁ ନାହିଁ। ଖାଦ୍ୟ ଅଭାବରେ ବିକଳ୍ପ ନଥିବାରୁ ବିକଳରେ ଆମ୍ବଟାକୁଆ ଖାଇ ମୃତ୍ୟୁବରଣ କରିବା ରାଜ୍ୟ ପାଇଁ ଲଜ୍ୟାର ବିଷୟ। କେନ୍ଦ୍ର ଦେଉଥିବା ମାସିକ ପାଞ୍ଚ କେଜି ଚାଉଳ ଯଥେଷ୍ଟ ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବ୍ରଜ ତ୍ରିପାଠୀ । ଗରିବ ଆଦିବାସୀ ଦଳିତ ଶ୍ରମିକଙ୍କ ପାଇଁ ଏହି ଅଞ୍ଚଳରେ ଅନ୍ତଦୟ ଯୋଜନାରେ ଅନ୍ତର୍ଭୂକ୍ତ କରିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛୁ। ଏହି ଗାଁରେ କେହି ହେଲେ ସୁଭଦ୍ରା ଯୋଜନାରେ ଟଙ୍କା ପାଇ ନାହାନ୍ତି। କାହିଁକି ପାଇ ନାହାଁନ୍ତି ତାହାର ତଦନ୍ତ ହେଉ l ସେହି ଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାତ୍ର ୧୨ ଜଣ ଘର ପାଇଛନ୍ତି। ଲୋକଙ୍କ ପାଖରେ କାମ ନାହିଁ । ଆରଡ଼ିସ ତଦନ୍ତ କେବଳ ଆଖିଠାର ଛଡା କିଛି ନୁହଁ। ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବା ଦରକାର ବୋଲି ମଧ୍ଯ କହିଛନ୍ତି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାରପୁର ପଞ୍ଚାୟତରେ ମାଣ୍ଡିପଙ୍ଗା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କର ମୃତ୍ୟୁ ଓ ୬ ଜଣ ଗୁରୁତର ହୋଇ ଚିକିତ୍ସିତ ହେଇଥିବା ଦୁଃଖଦ ଘଟଣା ପରେ ଘଟଣାସ୍ଥଳକୁ ଯାଇ ସତ୍ୟାସତ୍ୟ ଅନୁସଂଧାନ କରି, ଫେରି ସାମ୍ବାଦିକ ମାନଙ୍କ ସାକ୍ଷାତକାର ରେ, ଲୋକନାୟକ ଜୟପ୍ରକାଶ ଆନ୍ତର୍ଜାତୀୟ ଅଧ୍ୟୟନ ବିକାଶ କେନ୍ଦ୍ର, ନୂଆଦିଲ୍ଲୀର ଜାତୀୟ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଜାତୀୟ ମାନବିକ ଅଧିକାର ଆୟୋଗର କୋର କମିଟି ସଦସ୍ୟ ତଥା HRFI ଅଧ୍ୟକ୍ଷ ଶ୍ରୀ ମୋନଜ ଜେନା ଓ ରାଜ୍ୟର ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାମନ୍ତରାୟ କହିଥିଲେ ଯେ, କୁମ୍ଭାରା ମାଝିଙ୍କ ଝିଅ ୨୮ବର୍ଷର ରୁନୁ ମାଝି ଓ ଅନିଲ୍ ପାଟମାଝିଙ୍କ ପତ୍ନୀ ୨୫ ବର୍ଷ ରୋମିତା ପାଟମାଝି ମୃତ୍ୟୁ ଓ ଅନ୍ୟ ୬ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଘଟଣା ଦେଶର ଜାତୀୟ ଇତିହାସରେ ଏକ କ୍ରୂର ଓ ମର୍ମନ୍ତୁତ ଓ ଚିନ୍ତାର ବିଷୟ । ଓଡ଼ିଶାର ଦାରିଦ୍ର୍ୟ ଓ ଆମ୍ବ ଟାକୁଆ ଭଳି ଅଖାଦ୍ୟ ଖାଇବା ଘଟଣାକୁ ଏହା ସୁନିଶ୍ଚିତ କରିଛି । ଗତ ଅକ୍ଟୋବର ମାସ ୩୦ ତାରିଖ ସୁଦ୍ଧା ସେମାନଙ୍କୁ ବି.ପି.ଏଲ୍. କାର୍ଡ଼ରେ ତିନି ମାସର ଚାଉଳ ମିଳିନଥିବା ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଲା । ନୂଆ ସରକାର ରାଜ୍ୟରେ ଆସିବା ପରେ, ବି.ପି.ଏଲ କାର୍ଡ଼ ସଂଶୋଧନ ନାମରେ ବିଗତ ୩ ମାସ ହେଲା ଚାଉଳ ପ୍ରଦାନରେ କଟକଣା କରୁଥିବାରୁ ସମସ୍ତ ୬ ଟି ବି.ପି.ଏଲ୍. ଅନ୍ତର୍ଭୁକ୍ତ ଏହି ଅନୁସୂଚିତ ଜନଜାତିର ପରିବାର ଏହି ଦୁଃଖଦ ଘଟଣାର ଶୀକାର ହେଲେ I ରାଜ୍ୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଏଥିପାଇଁ ସଂପୂର୍ଣ୍ଣ ଦାୟି ବୋଲି ଶ୍ରୀ ତ୍ରିପାଠୀ, ଶ୍ରୀଜେନା ଓ ଶ୍ରୀ ସାମନ୍ତରାୟ ଅଭିଯୋଗ କରିଥିଲେ । ଏହି ଅବହେଳା ପାଇଁ ଦାୟୀ ସରକାରୀ କର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବୀ କରିଥିଲେ । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଘଟଣାକୁ ଚାପି ଦେବାପାଇଁ ଏକ ହୀନ ଉଦ୍ୟମ, ଶ୍ରୀ ଜେନା ପ୍ରକାଶ କରି କହିଥିଲେ ଯେ ଜାତୀୟ ମାନବିକ ଅଧିକାର ଆୟୋଗଙ୍କ ନିକଟରେ ଜିଲ୍ଲା ଓ ବ୍ଳକ ପ୍ରଶାସନଙ୍କ ଅବହେଳା ବିରୁଦ୍ଧରେ କେଶ ଡାଏରେ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post