ବେଆଇନ୍ କଫ ସିରପ୍ ଜବତ, ୨ ଗିରଫ

କଟକ: କଟକରେ ମେଡିସିନ୍ ଫାର୍ମ ଉପରେ ରାତି ଅଧିଆ ଚଢ଼ାଉ । ଜବତ ହେଲା ପୁଳା ପୁଳା ବେଆଇନ୍ କଫ ସିରପ୍ । କଟକରେ ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବେଆଇନ୍ କଫ୍ ସିରପ ଜବତ ହୋଇଛି ।

ସୂଚନା ଅନୁସାରେ, ଗତକାଲି ରାତିରେ କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗାଁରେ ଥିବା ଏକ ମେଡ଼ିସିନ ଫାର୍ମ ଉପରେ ଅତର୍କିତ ଚଢାଉ କରିଥିଲା କଟକରେ ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗ । ବେଆଇନ ମେଡିସିନ୍ ଗଚ୍ଛିତ ଓ ବିକ୍ରି ଅଭିଯୋଗରେ ରେଡ୍ ହୋଇଛି । ଫାର୍ମରୁ ବିପୁଳ କଫସିରପ ସହ ୩୨ ପ୍ରକାର ବେଆଇନ୍ ଔଷଧ ଜବତ ହୋଇଛି । ରେଡ୍ ପରେ ଲାଇସେନ୍ସ ପ୍ରାପ୍ତ ମେଡ଼ିସିନ୍ ଫାର୍ମକୁ ସିଲ୍ କରିଦିଆଯାଇଛି। ସେପଟେ ଫାର୍ମର ମାଲିକ ଜୟରାମ ସାହୁ ଓ ସହଯୋଗୀ ପ୍ରଫୁଲ୍ଲ କୁମାର ଜେନାଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

nis-ad
Leave A Reply

Your email address will not be published.