ଶାଗ ମାଛ ଦରରେ ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟ ର ଜମି ନେବାକୁ ପ୍ରୟାସ ଆରମ୍ଭ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ସର୍ବ ବୃହତ ବ୍ୟବସାୟୀକ ପେଣ୍ଠ ସ୍ଥଳି ହେଉଛି, ଆସିକା। ଆସିକା ସହରର କେନ୍ଦ୍ର ସ୍ଥଳିରେ ଲକ୍ଷ୍ମୀବଜାର ବର୍ତ୍ତମାନ ସେଠାରେ ରହିଛି ଏକ ଅସ୍ଥାୟୀ ପରିବା ମାର୍କେଟ। ପ୍ରାୟ ବିଗତ ୨୦ ବର୍ଷରୁ ଉର୍ଦ୍ଧ ହେଲା ଏହି ପରିବା ମାର୍କେଟ ର ଜମି ଉପରେ ଅଦାଲତ ରେ ମକଦ୍ଧମା ମାଲିକାନା କୁ ଲାଗି ରହିଥିଲା। ଇତି ମଧ୍ୟରେ ଆସିକା ର ସ୍ୱର୍ଗତ ବ୍ରଜ ମୋହନ ପାତ୍ର ଉକ୍ତ ଜମି ଉପରେ କରିଥିବା ମକଦ୍ଧମା ଟି ଅଦାଲତ ରେ ହାରି ଯାଉଛନ୍ତି। ଉକ୍ତ ଜମି ବର୍ତ୍ତମାନ ସରକାରଙ୍କ ହାତକୁ ଚାଲିଯାଇଛି। ଏହି ଜମିରେ ଏକ ସାମ୍ବାଦିକ ସଂଘ ପାଇଁ ଗୃହ ନିର୍ମାଣ କରିବାକୁ ଆବେଦନ ମଧ୍ୟ ବହୁ ବର୍ଷ ହେଲା କରାଯାଇଥିଲା। ସାମ୍ବାଦିକ ଭବନ ପାଇଁ ଆବେଦନ କରି ସରକାର ଙ୍କ ପକ୍ଷରେ ରହି ମକଦ୍ଧମା ଲଢୁ ଥିଲେ ସାମ୍ବାଦିକ ମାନେ। ସ୍ୱର୍ଗତ ପାତ୍ର ଏହି ମକଦ୍ଧମା ହାରିଯିବା ପରେ ଏହି କୋଟି କୋଟି ଟଙ୍କାର ଜମି ଏବେ ସରକାରଙ୍କ ହାତକୁ ଚାଲିଯାଇଛି। ଗଞ୍ଜାମ ଜିଲ୍ଲାପାଳ ଏହି ଜମିର ଏବେ ହର୍ତ୍ତା କର୍ତ୍ତା ବୋଲି ଚର୍ଚ୍ଚା ଜୋର ଧରିଛି। ଏହି ଜମିକୁ ଜମି ମାଫିଆ ମାନେ ୯୯ ବର୍ଷ ରେ ଲିଜ ନେବାକୁ ଭୁବନେଶ୍ୱର ଠାରୁ ଛତ୍ରପୁର ପର୍ଯ୍ୟନ୍ତ ସାଇଲେନ୍ସ ପ୍ଲିଜ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଏବେ ଆଲୋଚନା ର ବିଷୟ ହୋଇଛି। ଏହାକୁ ଅନୁସରଣ କରି ନିର୍ବାଚିତ ପ୍ରତିନିଧି ମଧ୍ୟ ନିଜର ସମ୍ପର୍କୀୟ ଓ ପାଖ ଲୋକଙ୍କ ନାମରେ ନେବାକୁ ଅଣ୍ଟା ଭିଡ଼ି ମନ୍ତ୍ରୀଙ୍କ ଠାରୁ ସଚିବ ପର୍ଯ୍ୟନ୍ତ ଚାପ ପକାଉଥିବା ଚର୍ଚ୍ଚା ହେଉଛି। ଆଜି ସାମ୍ବାଦିକ ସଂଘ ଲାଗି ଏହି ଜମି ସରକାରଙ୍କ ହାତକୁ ଯାଇଛି।ଏଠାରେ ଏକ ସାମ୍ବାଦିକ ଭବନ ସେହି ଜମିରେ ନକରି ନେତା ଓ ଜମି ମାଫିଆ ମାନେ ଉକ୍ତ ଜମିକୁ ଶାଗ ମାଛ ଦରରେ ହଡ଼ପ କରିବାକୁ ପ୍ରୟାସ କରୁଥିବା ଯୋଗୁଁ ବୁଦ୍ଧିଜୀବୀ ମହଲ ରେ ଅସନ୍ତୋଷ ଦେଖା ଦେଉଛି। ଏହି ଜମି ଏବେ ଆସିକା ରେ ସବୁଠାରୁ ଦାମୀ ଜମି ଏହି ଜମିକୁ ସ୍ୱଳ୍ପ ଟଙ୍କା ଦେଇ ୯୯ ବର୍ଷ ଲିଜ ନେଇ କୋଟି କୋଟି ଟଙ୍କା ହଡ଼ପ କରିବାକୁ ଆସିକା ବାସୀ ନାପସନ୍ଦ କରିଛନ୍ତି।ଏହି ଜମି ହଡପ କରିବାକୁ ନେତାଙ୍କ ସହ ଜମି ମାଫିଆ ମାନେ ଗୁପ୍ତ ବୈଠକ କରିଥିବାର ମଧ୍ୟ ଚର୍ଚ୍ଚା ହେଉଛି। ଏହି ଜମି ପାଇଁ ସାମ୍ବାଦିକ ସଂଘ ଲଢ଼େଇ କରିବା ଯୋଗୁଁ ସରକାର ଙ୍କ ହାତକୁ ଯାଇଥିଛି। ଏହି ଜମିରେ ସାମ୍ବାଦିକ ମାନଙ୍କ ପାଇଁ ଗୋଟେ ସାମ୍ବାଦିକ ଭବନ ନିର୍ମାଣ କରି ସାମ୍ବାଦିକ ମାନଙ୍କୁ ଦେବାକୁ ଦାବୀ ହେଉଛି। ଜିଲ୍ଲାପାଳ ଓ ମନ୍ତ୍ରୀଙ୍କ ହାତରେ କାକୁଡ଼ି ଆଉ ଚାକୁ ସେ ଯେମିତି କାଟିଲେ ହେଲା ବୋଲି ଜମି ନିକଟରେ ଥିବା ଚା ଖଟି ରେ ଚର୍ଚ୍ଚା ହେଉଛି। ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ବର୍ତ୍ତମାନ ଜମି ମାଫିଆ ଙ୍କ କବ୍ଜା ରେ କହିଲେ କିଛିବି ଭୁଲ ହେବ ନାହିଁ l ସ୍ଥାନୀୟ ତହସିଲଦାର ମାନଙ୍କୁ ହାତ ବାରିସୀ କରି ଜିଲ୍ଲାର କୋଟି କୋଟି ଟଙ୍କା ର ସରକାରୀ ଏପରିକି ଗୋଚର ଜମି ବି ମାଡି ବସିଛନ୍ତି l କିସମ ବଦଳାଇବା ରେ ବି ଗଞ୍ଜାମ ଜିଲ୍ଲାର ଜମି ମାଫିଆ ମାନେ ମାହିର l ନୂତନ ସରକାର ଆସିବା ଦିନ ଠାରୁ କଡ଼ା ନିୟମ ଲାଗୁ କରିଥିଲେ ଜେ ସରକାରୀ ଜମି ଜବର ଦଖଲ ଉଛେଦ କରାଯିବ କିନ୍ତୁ ସରକାରୀ ବାବୁ ମାନେ ସରକାରଙ୍କ ଏହି ଆଦେଶ କୁ ଫୁ କରୁଥିବା ଅଭିଯୋଗ ଆସୁଛି l ସ୍ଥାନୀୟ ଜିଲ୍ଲାପାଳ ଏବଂ କିଛି ତହସିଲଦାର ଙ୍କୁ ପକେଟ ରେ ପୁରାଇ ଜମିମାଫିଆ ଜିଲ୍ଲାର ଅନେକ ମୂଲ୍ୟବାନ ସରକାରୀ ଓ ଗୋଚର ଜମି ନିଜ ଅକ୍ତିଆର ରେ ରଖିଥିବା ନଜିର ରହିଛି l ଏପରିକି ସରକାରୀ ଓ ଗୋଚର ଜମି କୁ ନିଜ ଅକ୍ତିଆର କୁ ନେଇ ବୃଦ୍ଧା ଆଶ୍ରମ, ଗୋଶାଳା ଲ ନାମ ଫଳକ ମାରି ଜମି ଜବର ଦଖଲ କରି ଚାଲିଛନ୍ତି ଯାହାକି ତଦନ୍ତ ସାଫେକ୍ଷ୍ୟ l ତେଣୁ ରାଜ୍ୟ ସରକାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କଲେ ଅନେକ ଗୁମର ଖୋଲିବା ସହିତ ବାବୁ ମାନଙ୍କ ମଧ୍ୟ ଅସଲ ମୁଖା ଖୋଲିଯିବ ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି… I
Sign in
Sign in
Recover your password.
A password will be e-mailed to you.