ଦୁର୍ନୀତିର ଚରମ ସୀମାରେ ରାଇଘର ବ୍ଲକ :ବିନା ଫଳକରେ ଚାଲିଛି ପୋଖରୀ ଖନନ, ଶ୍ରମିକ ବଦଳରେ ଲାଗିଛି ଜେସିବି ମେସିନ

ଧର୍ମକୁ ଆଖିଠାର ନୀତିରେ ଚାଲିଛି ଉର୍ଣ୍ଣୟନ ମୂଳକ କାର୍ଯ୍ୟ…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର କୁଡ଼ାବେଡ଼ା ଗ୍ରାମ ପଞ୍ଚୟେତର ସୋନପୁର ଡି, ଏନ, କେ, ଗାଁରେ ପୋଖରୀ ଖନନ କାମ ବିନା ଫଳକ କିମ୍ବା କୌଣସି ଠିକାଦାରଙ୍କ ଦ୍ଵାରା ନହୋଇ ଗାଁର ଚାରି ପାଞ୍ଚ ଜଣ ମିଶି କରୁଥିବା କୁ ନେଇ ସ୍ଥାନୀୟ ବାସିନ୍ଦାମାନଙ୍କ ଅଭିଯୋକ lଅଭିଯୋଗ ଆସିଛି, କେବଳ ଏହା ନୁହେଁ ଉକ୍ତ ବ୍ଲକ ଅଧୀନରେ ଥିବା ସରକାରଙ୍କ ସମସ୍ତ ଉର୍ନ୍ନୟନ ମୂଳକ କାର୍ଯ୍ୟ ଏହି ପରି ବାଟମାରଣା ହେଉଥିବା ଅଭିଯୋଗ ଆସୁଥିଲା ବେଳେ ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି l ରାଇଘର ବ୍ଲକର ଖୁଲ୍ଲାମ ଖୁଲ୍ଲା ଶ୍ରମିକ ବଦଳରେ ଜେସିବି ମେସିନ ଦ୍ଵାରା କାର୍ଯ୍ୟ କରୁଥିବା ବେଳେ ବ୍ଲକ ପ୍ରଶାସନ ଦୁର୍ନୀତିକୁ ପ୍ରଶ୍ରୟ ଦେଇ ମୁକ ବଧିର ହୋଇ ଚୁପ ରହିଛି..! ମନରେଗାର ବିଭିନ୍ନ ଦୁର୍ନୀତି ସମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ହେବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଚୁପ ରହି ଆସୁଛନ୍ତି ? ରାଇଘର ବ୍ଲକର ଶ୍ରମିକ ମାନେ କାମ ଧନ୍ଧା ନ ପାଇଁ ବାହାର ରାଜ୍ୟ, ଛତିଶଗଡ, ବାଙ୍ଗାଲୋର, ହାଇଦ୍ରାବାଦ, ଆନ୍ଦ୍ରପ୍ରଦେଶ କାମ କରିବାକୁ ଯାଇ ବୋହୁ ସମସ୍ୟାର ସମ୍ମୁଖୀନ ହୋଇ ନିର୍ଯାତନା ଭୋଗୁଛନ୍ତି, ରାଇଘର ବ୍ଲକ ସଦରଠାରୁ ମାତ୍ର ଚାରି (4)କିଲୋମେଟର କୁଡ଼ାବେଡ଼ା ପଞ୍ଚାୟେତର ସୋନପୁର ଡି, ଏନ, କେ, ଗାଁରେ ପୋଖରୀ ଖଣନ କାମ ବିନା ସୂଚନା ଫାଳକୋରେ ଶ୍ରମିକ ନ ଥାଇ ଜେସିବି ମେସିନଦ୍ଵାରା କାମ ହେବାକୁ ଦେଖିବାକୁ ମିଳିଲା l ଏହାକୁ ନେଇ ଅଭିଯୋଗ ବି ଗ୍ରାମବାସୀ ଙ୍କ ଦ୍ଵାରା କରାଗଲା, ଶ୍ରମିକ ନ ଥାଇ ମାଷ୍ଟର ରୁଲରେ ଜବକାର୍ଡରେ ଶ୍ରମିକ କାମ କରୁଛନ୍ତି ଦର୍ଷା ଯାଉଅଛି କିନ୍ତୁ ଦେଖିବାକୁ ଗଲେ ଗୋଟିଏ ହେଲେ ଶ୍ରମିକ କାମ କରୁ ନାହିଁ l ବ୍ଲକ ପ୍ରଶାସନ ଓ ଜ଼ିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି l ରାଇଘର ବ୍ଲକ ର ସମସ୍ତ ଉର୍ନ୍ନୟନ ମୂଳକ କାର୍ଯ୍ୟକୁ ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କରାଗଲେ ଅନେକ ଦୁର୍ନୀତି ପଦକକୁ ଆସି ପାରନ୍ତା ବୋଲି ଅଂଚଳରେ ଥିବା ବୁଦ୍ଧିଜୀବୀ ଓ ସାଧାରଣ ଦାବି କରୁଛନ୍ତି, ଏହି ବ୍ଲକ ରେ ଥିବା ଯନ୍ତ୍ରୀ ଙ୍କ ଠାରୁ ସମସ୍ତ ଅଧିକାରୀ ମାନେ ଦୁନୀତି ରେ ଉବୁଟୁବୁ କହିଲେ କିଛି ଭୁଲ ହେବ ନାହିଁ ତେଣୁ ସାଧାରଣ ଲୋକଙ୍କ ପାଇଁ ଆସୁଥିବା ସମସ୍ତ ଉର୍ଣ୍ଣୟନ ମୂଳକ କାର୍ଯ୍ୟ କୁ ଚଳୁ କରି ଖାଇଯାଉଥିବା ଅଭିଯୋଗ ହୋଇ ଆସୁଛି ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହାପ୍ରତି ପ୍ରତେକ୍ଷ୍ୟ ଦୃଷ୍ଟି ଦେବାକୁ ଅନୁରୋଧ…

nis-ad
Leave A Reply

Your email address will not be published.