ପଥଚାରୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସୁବିଧା କଲେ ବ୍ୟବସାୟୀ ଅନିଲ ଗୁପ୍ତା…

ଚିତ୍ରକୋଣ୍ଡା ପ୍ରତିନିଧି // ନିସର୍ତ୍ତ

ଚିତ୍ରକୋଣ୍ଡା:- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ଥାନୀୟ ଚିତ୍ରକୋଣ୍ଡା ଦୈନିକ ମାର୍କେଟର ସଦସ୍ୟ ତଥା ମାର୍କେଟର ଜଣେ ଦକ୍ଷ ବ୍ୟବସାୟୀ ରୂପେ ପରିଚିତ ଅନିଲ କୁମାର ଗୁପ୍ତା l ଚିତ୍ରକୋଣ୍ଡା ଦୈନିକ ମାର୍କେଟ ଚିତ୍ରକୋଣ୍ଡା ବ୍ଲକର ଅଠର ଗୋଟି ପଞ୍ଚାୟତର ବହୁ ଲୋକେ ନିଜ ଦେଣ ନେଣ କାରବାର ନିମନ୍ତେ ଯାତାୟାତ କରନ୍ତି l ଖରା ଦିନର ଉତ୍ତାପ ଓ ଜନସାଧାରଣଙ୍କ ପାଇଁ ଜଳର ଆବଶ୍ୟକତା ଅନୁଭବ କରି ଚିତ୍ରକୋଣ୍ଡା ଆସୁଥିବା କିମ୍ବା ଯାତାୟାତ କରୁଥିବା ପଥଚାରି ତଥା ବାଟୋଇଙ୍କ ନିମନ୍ତେ ଆଜି ଠାରୁ ଚିତ୍ରକୋଣ୍ଡା ସ୍ଥିତ ପଞ୍ଜାବୀଛକ ନିକଟସ୍ଥ ମୁଖ୍ୟ ରାସ୍ତା ପାର୍ଶ୍ଵ ନିଜ ଗୋଦାମ ଆଗରେ ଆକୁଆଗାର୍ଡ ର ବିଶୁଦ୍ଧ ପାନୀୟ ଜଳ ବସାଇ ଲୋକଙ୍କୁ ଉତ୍ତମ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିଛନ୍ତି l ଶ୍ରୀ ଗୁପ୍ତା ଙ୍କ ଉକ୍ତ ଜନସାଧାରଣଙ୍କ ସମସ୍ୟାକୁ ତଥା ପାନୀୟ ଜଳ ସମସ୍ୟା ସମାଧାନର ଗୁରୁତ୍ୱତାକୁ ଉପଲବ୍ଧି କରି ଗ୍ରହଣ କରିଥିବା ସମାଜ ସେବାକୁ ସାଧାରଣରେ ପ୍ରଶଂସା କରାଯାଇଛି l

nis-ad
Leave A Reply

Your email address will not be published.