ବଲାଙ୍ଗୀରରେ ମର୍ମନ୍ତୁଦ ସିରିଜ ଦୁର୍ଘଟଣା; ଜଣେ ମୃତ୍ୟୁ, ୨ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ଆର୍ଟିଓ ଅଫିସ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୨୬ ନମ୍ବର ଜାତୀୟ ରାଜପଥ ଆର୍ଟିଓ ଆଫିସ ଛକରେ ସିରିଜ ଦୁର୍ଘଟଣା। ଗୋଟିଏ ଟ୍ରକ ଓ ୪୦୭ ଧକ୍କା ହୋଇ ବାଇକ୍‌ ପିଟିଲା ଟ୍ରକ୍। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ଶ୍ରୀକାନ୍ତ ବାଗ ଓ ଗୁରୁତର ଦୁଇଜଣ ହେଲେ ସାନୁ ନାଏକ ଓ ଚିତ୍ତରଞ୍ଜନ ମହାନ୍ତି ।

ସମସ୍ତଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ମୁତାବିକ, ବଲାଙ୍ଗୀର ପଟରୁ ଟ୍ରକ ଯାଉଥିବା ବେଳେ ଟିଟିଲାଗଡ ପଟରୁ ୪୦୭ ଗାଡିଟି ଦ୍ରୁତ ବେଗରେ ଆସୁଥିଲା। ହଠାତ୍ ଆର୍ଟିଓ ଅଫିସ ନିକଟରେ ଉଭୟଙ୍କ ମଧ୍ୟରେ ଜୋରା ଦାର ଧକ୍କା ହୋଇଥିଲା। ପାଖରେ ଯାଉଥିବା ଦୁଇ ବାଇକ ଆରୋହିଙ୍କୁ ଧକ୍କା ଦେଇ ରାସ୍ତା କଡ଼କୁ ଚାଲିଯାଇଥିଲା ଉଭୟ ଦୁଇ ଗାଡି । ଫଳରେ ବାଇକରେ ଥିବା ଦୁଇ ଜଣ ଧକ୍କା ହୋଇ ରାସ୍ତା କଡରେ ଥିବା ଖୁଣ୍ଟରେ ପିଟି ହୋଇଥିଲେ। ତେବେ ଗୁରୁତରଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତି କରଯାଇଛି। ସେପଟେ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

nis-ad
Leave A Reply

Your email address will not be published.