ସାଧୁ ଜାଭିୟର ସ୍କୁଲ ପାରିଶ କରମୁଣ୍ଡାର ରୌପ୍ୟ ଜୟନ୍ତୀ ପାଳିତ

ଦାରିଙ୍ଗବାଡି (୨୦/୦୫) :  କନ୍ଧମାଳ ଜିଲ୍ଲା ଋତୁଙ୍ଗିଆ ଠାରେ ଅନୁଷ୍ଟିତ ହୋଇଯାଇଛି ସାଧୁ ଜେଭିୟର ସ୍କୁଲର ରୌପ୍ୟ ଜୟନ୍ତୀ । ଏହି ପାରିଶ ବିଦ୍ୟାଳୟଟି ୧୯୯୫ ମସିହା ରେ କରମୁଣ୍ଡା ଠାରେ ପ୍ରଥମେ ଆରମ୍ଭ ହୋଇଥିଲା। ପ୍ରଥମେ ଗୋଟିଏ ଶ୍ରେଣୀ ରୁ ଆରମ୍ଭ ହୋଇ ଏବେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନେ ପାଠ ପଢୁଛନ୍ତି। ପ୍ରତି ବର୍ଷ ଏହି ବିଦ୍ୟାଳୟରେ ୯୯% ପିଲା ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସାରା କନ୍ଧମାଳ ଜିଲ୍ଲାରେ ଖୁବ ଚର୍ଚ୍ଚାରେ ରହି ଆସୁଛି ଏହି ବିଦ୍ୟାଳୟଟି। ସାଧୁ ଜେଭିୟର ସ୍କୁଲ ପାରିଶ କରମୁଣ୍ଡାରେ ଶିକ୍ଷା ଅର୍ଜନ କରି ବହୁ ଛାତ୍ର ଛାତ୍ରୀ ସ୍ୱାବଲମ୍ବୀ ହୋଇପାରିଛନ୍ତି ।ଏହି ଅବସରରେ କଟକ ,ଭୁବେନେଶ୍ୱର ମହାଧର୍ମ ପ୍ରଦେଶର ମହାଧର୍ମାଧ୍ୟକ୍ଷ ଯୋହନବାରୱ, ଏସ ଭି ଡ଼ି ଉଦ୍ଘାଟନ କରିଥିଲେ। ପବିତ୍ର ଦିବ୍ୟଯଜ୍ଞ କୁ ମହା ମାନ୍ୟବର ଆର୍ଚ୍ଚ ବିଷପ ମୁଖ୍ୟ ପୌରହିତ ଭାବେ ଅଂଶ ଗ୍ରହଣ କରି ଯଜ୍ଞ ଉତ୍ସର୍ଗ କରିଥିଲେ ।ଏହି ରୌପ୍ୟଜୟନ୍ତୀ ରେ ଯୀଶୁଏଟ ସଂଘ ର ମୁଖ୍ୟ ପ୍ରୋଭିନସିଆଲ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ ଏହା ବ୍ୟତୀତ ଅନେକ ଯାଜକ ଓ ସେବା ଭଗ୍ନି ମାନେ ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ପାରିଶର ମୁଖ୍ୟ କର୍ମ କର୍ତା ମାନେ ଅଂଶ ଗ୍ରହଣ କରିଥିଲେ ସେହିପରି ମୁଖ୍ୟ ଯାଜକ ଫାଦେର ରୋମାନ୍ସ, ପ୍ରଧାନ ଶିକ୍ଷକ ଫାଦେର ଭିକ୍ଟୋର ,ଫାଦେର ସିଲଭେରିୟସ , ଫାଦେର ମନହୋର,ପି ପି ସି ସେକ୍ରେଟେରୀ ରତ୍ନାକର ଦିଗାଳ, ସଭାପତି ପ୍ରବୋଦ ପ୍ରଧାନ, ଶିକ୍ଷକ ତରୁଣ ପ୍ରଧାନ,ଅନ୍ୟମାନଙ୍କ ମଧ୍ୟରେ ସୁନୀଲ କୁମାର ପ୍ରଧାନ, ସୁଜିତ ନାୟକ,ସୁରେଶ ପ୍ରଧାନ,ସୀମନ ପ୍ରଧାନଙ୍କ ସମେତ ଏହି ସାଧୁ ଜେଭିୟର ସ୍କୁଲ ପାରିଶ କରମୁଣ୍ଡାରେ ପାଠ ପଢି ଯାଇଥିବା ଛାତ୍ର ଛାତ୍ରୀ ଏବଂ ଅଭିଭାବକ, ବୁଦ୍ଧିଜୀବୀ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.