ନୂଆଦିଲ୍ଲୀ : ଦୁଇ ଚକିଆ ଯାନ ଚାଳକମାନେ ଠିକ ଭାବେ ହେଲମେଟ ନ ପିନ୍ଧିଲେ ଅଥବା ହେଲମେଟଟି ବିଆଇଏସ ମାର୍କା ହୋଇନଥିଲେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ । କେବଳ ଏତିକି ନୁହେଁ, ସଂପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରିଦିଆଯାଇପାରେ । ମୋଟର ଯାନ ଆଇନ ୧୯୯୮ର ଧାରା ୧୨୯ରେ ଏକ ନୂଆ ସଂଶୋଧନ ଆଣି ସରକାର ଏହି ନିୟମ ଲାଗୁ କରିଛନ୍ତି ।
ନୂଆ ନିୟମ ଅନୁସାରେ, ଦୁଇଚକିଆ ଯାନ ଚଳାଇବା ବେଳେ କେବଳ ଯେ ମୁଣ୍ଡରେ ହେଲମେଟ ଗଳାଇଦେଲେ ଆପଣ ଜୋରିମାନା ଦେବାରୁ ବର୍ତ୍ତିଯିବେ ତାହା ନୁହେଁ, ବରଂ ଆପଣଙ୍କୁ ହେଲମେଟ ଠିକ ଭାବରେ ପିନ୍ଧିବାକୁ ପଡ଼ିବ ଓ ହେଲମେଟ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ (ବିଆଇଏସ) (କିମ୍ବା ଆଇଏସଆଇ) ମାର୍କା ହେବା ବାଧ୍ୟତାମୂଳକ । ହେଲମେଟ ଯଦି ଆଇଏସଆଇ କିମ୍ବା ବିଆଇଏସ ମାର୍କା ନୁହେଁ, ତେବେ ୧ ହଜାର ଟଙ୍କା ଜୋରିମାନା ପଡିବ । ସେହିପରି ଆପଣ ଯଦି ହେଲମେଟ ପିନ୍ଧିଛନ୍ତି କିନ୍ତୁ ତାହାର ବକଲ ଅଥବା ବେଲଟକୁ ଠିକଭାବେ ଲକ୍ କରିନାହାନ୍ତି ତେବେ ୧ ହଜାର ଟଙ୍କା ଜରିମନା ଦେବାକୁ ପଡ଼ିପାରେ । ପୁଣି ଯଦି ହେଲମେଟ ଠିକ ଭାବେ ପିନ୍ଧି ମଧ୍ୟ ଆପଣ ରେଡ ଲାଇଟ୍ ଅତିକ୍ରମ କରିଗଲେ, ତେବେ ୨ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ।
Sign in
Sign in
Recover your password.
A password will be e-mailed to you.