ଏପ୍ରିଲ ୨୪ରୁ ନିଖୋଜ ଥିବା ନାବାଳିକା ଉଦ୍ଧାର, ଅପହରଣ ପରେ କରାଯାଇଥିଲା ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ନିଖୋଜ ହୋଇଥିବା ଜଣେ ୧୩ ବର୍ଷୀୟ ଝିଅକୁ ପୁଲିସ୍‌ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଏପ୍ରିଲ ୨୪ରୁ ନାବାଳିକା ଜଣଙ୍କ ନିଜ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ତାଙ୍କୁ ସକେତ ମେଟ୍ରୋ ଷ୍ଟେସନରୁ ପୁଲିସ ଉଦ୍ଧାର କରିବାକୁ ସକ୍ଷମ ହୋଇଛି। ଏଥିସହ ପୂରା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛି। ନାବାଳିକାଙ୍କୁ ଅପହରଣ କରାଯିବା ପରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏହାପରେ ତାଙ୍କୁ ଟିଗ୍ରି ଅଞ୍ଚଳରେ ଛାଡ଼ି ଦେଇ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ ବୋଲି ପୁଲିସ କହିଛି।
ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଥିବା ବେଳେ ପୂରା ଘଟଣାରେ ସାମିଲ ଥିବା ଜଣେ ନାବାଳକଙ୍କୁ ଅଟକ ରଖିଛି। ଗିରଫ ୩ ଅଭିଯୁକ୍ତ ହେଲେ ମୋହିତ(୨୦), ଆକାଶ (୧୯) ଓ ଶାହାରୁଖ(୨୦)। ଏମାନଙ୍କ ସହ ଅଟକ ଥିବା ନାବାଳକଙ୍କ ନାଁରେ ପୁଲିସ ଅପହରଣ, ନାବାଳିକାଙ୍କୁ ଗଣଦୁଷ୍କର୍ମ, ଅପରାଧିକ ଷଡ଼ଯନ୍ତ୍ର ଓ ପୋକ୍‌ସ ଆକ୍ଟ ଲଗାଇଛି।
ଏପ୍ରିଲ ୨୪ ସନ୍ଧ୍ୟା ୫ଟା ବେଳେ ନାବାଳିକା ଜଣଙ୍କ ଘରୁ ବାହାରକୁ ଯାଇଥିଲେ। ତେବେ ସେ ଘରକୁ ନ ଫେରିବାରୁ ତାଙ୍କ ବାପା ଭାବିଥିଲେ ଯେ କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ଘରେ ରହି ଯାଇଥିବେ। ହେଲେ ଖୋଜାଖୋଜି ପରେ କୌଣସି ପତ୍ତା ନ ମିଳିବାରୁ ୨୬ ତାରିଖରେ ପରିବାର ଲୋକ ନାବାଳିକାର ନିଖୋଜ ସମ୍ପର୍କରେ ପୁଲିସକୁ ଅବଗତ କରାଇଥିଲେ। ଏହାପରେ ହିଁ ପୁଲିସ୍‌ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ମେ’ ୧ ତାରିଖରେ ପୁଲିସ୍ ତା’ର ଖବରିମାନଙ୍କ ଠାରୁ ଜଣେ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ପାଇଥିଲା। ଏହାପରେ ଦକ୍ଷିଣ ଦିଲ୍ଲୀରେ ରେଡ୍ କରି ତାଙ୍କୁ ଗିରଫ କରିଥିଲା। ଏହାପରେ ଆଉ ୩ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ଜେରା କରିବା ବେଳେ ସମସ୍ତେ ନିଜ ନିଜର ଅପରାଧ ସ୍ୱୀକାର କରିଥିଲେ।
ଦିନକ ପରେ ନିଖୋଜ ନାବାଳିକାଙ୍କ ପୋଷ୍ଟର ଦେଖି ଜଣେ ମହିଳା ତାଙ୍କ ସମ୍ପର୍କରେ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ଯେତେବେଳେ ସକେତ ମେଟ୍ରୋ ଷ୍ଟେସନରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲା ସେତେବେଳେ ସେ କୌଣସି ନିଶା ସେବନ କରିଥିବା ଜାଣିବାକୁ ପାଇଥିଲା। ସେଠାରୁ ତାଙ୍କୁ ପୁଲିସ୍‌ ଏମ୍ସ ନେଇଥିଲା। ଡାକ୍ତରଙ୍କ ପରୀକ୍ଷା ପରେ ସେ ଯୌନ ନିର୍ଯାତନାର ଶିକାର ହୋଇଥିବା ସ୍ପଷ୍ଟ ହୋଇଥିଲା।
ଜେରା ବେଳେ ଘଟଣା ଦିନର ପୂରା ସତ ଅଭିଯୁକ୍ତମାନେ ପୁଲିସ୍ ଆଗରେ କହିଛନ୍ତି। ଏପ୍ରିଲ ୨୪ ତାରିଖ ଦିନ ନାବାଳିକା ଜଣଙ୍କ ସନ୍ଧ୍ୟା ସମୟରେ ପରିବା କିଣିବା ପାଇଁ ଘରୁ ବାହାରିଥିଲେ। ସେ ଅଟୋ ଯୋଗେ ଶାହିନ ବଜାର ଯିବାର ଥିଲା। ତେବେ ଅଟୋ ଚଳାଉଥିବା ଶାହାରୁଖ ତାଙ୍କୁ ମାର୍କେଟରେ ଛାଡ଼ିବା ପରିବର୍ତ୍ତେ ତା’ର ଦୁଇ ସହଯୋଗୀ ଆକାଶ ଓ ନାବାଳକଙ୍କୁ ଫୋନ କରି ଡାକିଥିଲେ। ଏହାପରେ ସେମାନେ ନାବାଳିକାଙ୍କୁ ଓଖଲା ନେଇ ଯାଇଥିଲେ। ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇଥିଲେ ଓ ଅସଦାଚରଣ କରିଥିଲେ।
ନିଶା ଦେବା ପରେ ସେମାନେ ତାଙ୍କୁ ଜେଜେ କ୍ୟାମ୍ପ ନେଇଥିଲେ। ସେଠାରେ ସଲମାନ ଚେସୀ ସହ ମିଶି ମୋହିତ, ଆକାଶ, ଶାହାରୁଖ ଓ ନାବାଳକ ଜଣଙ୍କ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୂରା ରାତି ନାବାଳିକାଙ୍କୁ ଏପରି ଯୌନ ନିର୍ଯାତନା ଦିଆଯାଇଥିଲା।
ପରଦିନ ସକାଳେ ସମସ୍ତେ ମିଳିତ ଭାବେ ତାଙ୍କୁ ମଥୁରାର କୋସି କଲାନ ନେଇ ଯାଇଥିଲେ। ସେଠି ଗୋଟିଏ ଦିନ ରହିବା ପରେ ନାବାଳିକାଙ୍କୁ ପୁଣି ଦିଲ୍ଲୀ ଆଣିଥିଲେ। ଶେଷରେ ତାଙ୍କୁ ଡିଗ୍ରି ଅଞ୍ଚଳରେ ଫୋପାଡ଼ି ସମସ୍ତେ ଫେରାର ହୋଇ ଯାଇଥିଲେ। ଏବେ ପୁଲିସ୍‌ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପ୍ରୟାସ କରୁଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.