କନ୍ଧମାଳ ଜିଲ୍ଲାପାଳଙ୍କ ନିଜସ୍ଵ କାର୍ଯ୍ୟକ୍ରମ “ପରିବର୍ତ୍ତନ”ର ଶୁଭାରମ୍ଭ

ଦାରିଙ୍ଗବାଡ଼ି , (୧୯/୫) : କନ୍ଧମାଳ ଜିଲ୍ଲାପାଳଙ୍କ ନିଜସ୍ୱ କାର୍ଯ୍ୟକ୍ରମ ପରିବର୍ତ୍ତନ ର ଶୁଭାରମ୍ଭ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ସିଆଙ୍ଗ ବାଲି ଗ୍ରାମପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିବର୍ତ୍ତନ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ସମ୍ପର୍କିତ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଗଦାଧର ପାତ୍ର , ସିଡିପିଓ ଅଞ୍ଜଳୀ ମହାପାତ୍ର, ଯୋଗଦେଇ ଗ୍ରାମବାସୀଙ୍କୁ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ସଚେତନ କରିଥିଲେ । ବିପିଏମ ପିଣ୍ଟୁ ନାୟକ କାର୍ଯ୍ୟକ୍ରମଟିକୁ ପରିଚାଳନା କରିବା ସହ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କବିରାଜ କଂହର, ଜିଆରଏସ ପ୍ରିୟଙ୍କା ସାହୁ , ବିଭାଗର କର୍ମଚାରୀଙ୍କ ସମେତ ପଞ୍ଚାୟତର ୱାଡ଼ ମେମ୍ବର, ପଞ୍ଚାୟତ ରେ ଥିବା ସିଆରପି, ଏମବିକେ , କୃଷିମିତ୍ର ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.