ମୁମ୍ବାଇ ସିରିଜ ବିସ୍ଫୋରଣ ମାମଲା: ୪ ମୋଷ୍ଟ ୱାଣ୍ଟେଡ ଗିରଫ

ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିଜ ବିସ୍ଫୋରଣ ମାମଲାରେ ଏଟିଏସ୍‌କୁ ମିଳିଛି ବଡ ସଫଳତା। ଗୁଜୁରାଟ ଏଟିଏସ୍‌ ୪ ମୋଷ୍ଟ ୱାଣ୍ଟେଡ ଅପରାଧୀଙ୍କୁ ଗିରଫ କରିଛି।
ଗୁଜୁରାଟ ଏଟିଏସରେ ସୂତ୍ରରୁ ପ୍ରକାଶ ଯେ ପୁଲିସ ଆବୁ ବକର, ୟୁସୁଫ ଭକଟା, ଶୋଏବ ବାବା ଏବଂ ସୟଦ କୁରେସିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୪ଜଣ ବ୍ୟକ୍ତିଙ୍କ ଫଟୋ ମଧ୍ୟ ପୁଲିସ ଜାରି କରିଛି। ସୂତ୍ରରୁ ପ୍ରକାଶ ଯେ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆକିଫ୍ ନାଚାନକୁ ମଧ୍ୟ ପୁଲିସ ଗିରଫ କରିଛି। ନାଚାନ୍ ରାଜସ୍ଥାନର ଆତଙ୍କବାଦୀ ମାମଲାରେ ଜଡିତ ଅଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଘଟଣାର ତଦନ୍ତ କରୁଛି।
ନିକଟରେ କେନ୍ଦ୍ର ଗୃହମନ୍ତ୍ରାଳୟ ରାଜସ୍ଥାନ ପୁଲିସ ଖୁଲାସା କରିଥିବା ଆତଙ୍କବାଦୀ ମଡ୍ୟୁଲ୍ସର ମାମଲକୁ ସମ୍ଭାଳିବା ପାଇଁ ଏନ୍‌ଆଇଏକୁ କହିଥିଲା। ଏହି ସମୟରେ ୭ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ଅଭିଯୁକ୍ତଙ୍କ ବିରୋଧରେ UAPA ଆଇପିସି ଧାରା ଆଧାରରେ ମାମଲା ରୁଜୁ କରାଯାଇଥିଲା। ଏହି ଆତଙ୍କବାଦୀ ମଡ୍ୟୁଲ୍ସର କୌଣସି ଏକ ବଡ ସଙ୍ଗଠନ ସହ ସମ୍ପର୍କ ରହିଛି ନା ନାହିଁ ସେ ନେଇ ଏବେ ଏନ୍‌ଆଇଏ ତଦନ୍ତ କରୁଛି।
ଉଲ୍ଲେଖଯୋଗ୍ୟ ଯେ, ୧୯୯୩ ମାର୍ଚ୍ଚ ୧୨ ତାରିଖରେ ମୁମ୍ବାଇରେ ସିରିଜ ବିସ୍ଫୋରଣ ହୋଇଥିଲା। ଏଥିରେ ପ୍ରାୟ ୧୫୭ ଜଣ ପ୍ରାଣ ହରାଇଥିଲେ। ୭୦୦ରୁ ଅଧିକ ଲୋକେ ଗୁରୁତର ହୋଇଥିଲେ। ଏହି ଘଟଣାର ମାଷ୍ଟରମାଇଣ୍ଡ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ଓ ମେମନ ପରିବାର ଥିବା କୁହାଯାଇଥିଲା।

nis-ad
Leave A Reply

Your email address will not be published.