ପୁରୀ: ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଆସନ୍ତା ଜୁଲାଇ ୧ ତାରିଖରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଚକ ନିର୍ମାଣରେ ଲାଗି ପଡିଛନ୍ତି ସେବକମାନେ ।
ଆଗକୁ ଭଉଁରୀ ତିଥି ଥିବାରୁ ଚକ ଅଖ ଡେରା ନୀତି ପାଇଁ ଚକ ନିର୍ମାଣ ଚାଲିଥିବାବେଳେ ଅରରେ ପଇ ସଂଯୋଗ କରାଯାଉଛି ।