ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇଥିବା ବେଳେ ଏହାକୁ ସଶକ୍ତ କରିବା ପାଇଁ ଆସିବାକୁ ଯାଉଛନ୍ତି ପ୍ରିୟଙ୍କା ଗାନ୍ଧୀ । ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ ଚିନ୍ତନ ଶିବିରରେ ଯୋଗ ଦେଇ ଫେରିବା ପରେ ଏମିତି ବୟାନ ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ ।

ପ୍ରିୟଙ୍କାଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସ ଆହୁରି ସଶକ୍ତ ହେବ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ଚିନ୍ତନ ଶିବିରରେ ୬ଟି ପ୍ରସଙ୍ଗରେ ଆଲୋଚନା ହୋଇଥିବା ନେଇ ନିରଞ୍ଜନ ସୂଚନା ଦେଇଥିଲେ । ସଙ୍ଗଠନକୁ କିପରି ଦୃଢୀଭୂତ କରାଯିବ, ରାଜନୀତି ଏବଂ ଅର୍ଥନୀତି ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ପରିବାରରୁ ମାତ୍ର ଜଣଙ୍କୁ ଟିକେଟ ପ୍ରଦାନ କରାଯିବା ସହିତ ଯୁବକ ମାନଙ୍କୁ ପ୍ରାଧାନ୍ୟ ଦିଆଯିବା ନେଇ ଏହି ଶିବିରରେ ଆଲୋଚନା ହୋଇଥିଲା ।

ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରିୟଙ୍କାଙ୍କୁ ଆମନ୍ତ୍ରଣ ପ୍ରଦାନ କରାଯାଇଛି । ତେବେ ପ୍ରିୟଙ୍କା କେବେ ଆସିବେ ତାହା ଚୂଡାନ୍ତ ହୋଇନାହିଁ ବୋଲି କହିଛନ୍ତି ନିରଞ୍ଜନ । ଆସନ୍ତା ବ୍ରଜରାଜନଗର ଉପ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନିରଞ୍ଜନ ।

nis-ad
Leave A Reply

Your email address will not be published.