ହିଞ୍ଜିଳି ଲକ୍ଷ୍ମୀନୃସିଂହ ଯାତ୍ରା : ମନ ମୋହୁଛି ବେଶ ଓ କଳାକୁଞ୍ଜ ଆଲୋକରେ ଝଲସୁଛି ହିଞ୍ଜିଳି…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରର ପ୍ରସିଦ୍ଧ ତିନିଦିନିଆ ଲକ୍ଷ୍ମୀ ନୃସିଂହ ଯାତ୍ରା ପାଇଁ ସହର ଚଳଚଞ୍ଚଳ ହୋଇଛି । ପ୍ରତିଟି ସାହିରେ କଳାକୁଞ୍ଜ ଓ ମେଜ ଖୋଲି ଯାଇଛି ।କରୋନା ମହାମାରି ଯୋଗୁଁ ଦୁଇବର୍ଷ ସରକାରଙ୍କ ନିୟମାନୁସାରେ ରିତିନୀତି ରେ ପାଳନ ହୋଇଥିଲା ।ଦୁଇବର୍ଷ ପରେ ଯାତ୍ରା ହେଉଥିବାରୁ ଲୋକଙ୍କ ଉତ୍ସାହ ବଢିଯାଇଛି ।ଏହାସହ ଯାତ୍ରାର ଆକର୍ଷଣ ଆତସବାଜି ପଟୁଆର ଦେଖିବାକୁ ରାତ୍ର ସହରକୁ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି । ଯାତ୍ରାର ପ୍ରଥମ ଦିନରେ ପାଟଣା ସାହି ତରଫରୁ ସହର ପରିକ୍ରମା କରାଯିବା ପରେ ଠାକୁର ରାତିରେ ମନ୍ଦିରକୁ ଫେରିଥିଲେ। ଦ୍ୱିତୀୟ ଦିନ କେଉଟ ସାହି ତରଫରୁ ପାଳନ କରାଯାଇଛି। ଦ୍ଵିତୀୟ ଦିବସ କେଉଟ ସାହି ଠାକୁର ପରିକ୍ରମା ସମୟରେ କେଉଟ ସାହି ଓ ଗୋପଵନ୍ଧୁ ମାର୍ଗ ର ଯୁବ ଗୋଷ୍ଟି ପଟ୍ଟୁଆର ବୁଲୁଥିବା ବେଳେ ପାଟିତୁଣ୍ଡ ହୋଇ ହାତାହାତି ହୋଇ କେଉଟ ସାହିର ଯୁବ ଗୋଷ୍ଟି ଆହତ ହୋଇଥିବା ସୁଚନା। ଯାତ୍ରା ଚାଲିଥିବା ଯୋଗୁଁ କେହି ଥାନାରେ ଅଭିଯୋଗ କରିନାହାନ୍ତି ।ପୋଲିସ ଜଳକା ହୋଇଥିବା ସାହିବାସିନ୍ଦା ଅଭିଯୋଗ କରିଛନ୍ତି । ପ୍ରବଳ ଖରା ଓ ଗୁଳୁଗୁଳି ସଙ୍ଗେ ଯାତ୍ରାର ଦ୍ବିତୀୟ ଦିନରେ ଅଧିକ ଜନଗହଳି ଦେଖିବାକୁ ମିଳିଥିଲା । ସନ୍ଧ୍ୟା ସମୟରେ ପାଗ ଟିକିଏ ଥଣ୍ଡା ହେବାରୁ ସହର ତମାମ ମାନସିକଧାରୀ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା। ବିଶେଷ କରି ୪୦ ଡ଼ିଗ୍ରୀ ପାରଦ ସତ୍ତ୍ୱେ ବାଘ ବେଶଧାରୀଙ୍କ ସଂଖ୍ୟା ଅଧିକ ଥିଲା । ମାନସିକଧାରୀମାନେ ପିଲାଖାଇ ଡ଼ାଆଣୀ, କୃଷ୍ଣ, ରାମ, ସୀତା ବଳରାମ, ହନୁମାନ, ଅସୁରୁଣି, କାଚରା, ଖଟବିଦ୍ୟା, ଦଣ୍ଡ ନାଚ, ମେହେନ୍ତର ଆଦି ବେଶରେ ନିଜକୁ ସୁସଜ୍ଜିତ କରି ଗ୍ରାମ ପରିକ୍ରମା କରିଥିଲେ। ଥାନା ସାହି ତରଫରୁ ପ୍ରଥମଦିନ ସାଂସ୍କ୍ରୃତିକ କାର୍ଯ୍ୟକ୍ରମ ସରିବା ପରେ ପୌରଭୋଟ କୁ କେନ୍ଦ୍ରକରି ସାହିର ଦୁଇଗୋଷ୍ଟି ହାତାହାତି ହୋଇଥିଲେ ।। ରାତିରେ ଠାକୁରଙ୍କୁ ବାଦ୍ୟବାଜଣା ସହ ଘଣ୍ଟ ନାଦରେ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରାଯାଇଥିଲା। ସନ୍ଧ୍ୟା ସମୟରେ ଆକର୍ଷଣୀୟ କଳାକୁଞ୍ଜ ଦେଖିବା ସକାଶେ ପ୍ରବଳ ଜନସମାଗମ ଲାଗି ରହିଥିଲା । ଯାତ୍ରା ପାଇଁ ପୁରା ଅଞ୍ଚଳକୁ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ରାତିରେ ରାଜାସାହିଁ ନୃସିଂହ ମନ୍ଦିର ସମ୍ମୁମଖ ପଡ଼ିଆରେ ଆତସବାଜି ପଟୁଆର ଆୟୋଜିତ ହୋଇଥିଲା। ଲକ୍ଷାଧ୍ଵକ ଟଙ୍କାର ଆଧୁନିକ ଆତସବାଜି ଫୁଟା ଯାଇଥିଲା। ଏହି କାର୍ଯ୍ୟକ୍ରମ ଦେଖିବାକୁ ସହର ଲୋକାରଣ୍ୟ ହୋଇପଡିଥିଲା। ବିଭିନ୍ନ ସାହି ବସ୍ତିରେ ଯୁବ ସମାଜ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶୀତଳ ପାନୀୟ ଜଳ, ପଣା ଏବଂ ମିଷ୍ଟାନ୍ନ ବଣ୍ଟନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଯାତ୍ରା ନିମନ୍ତେ ସୋମବାର ଶେଷ ଦିନ ହୋଇଥିବାରୁ ହିଞ୍ଜିଳିକାଟୁ ଉତ୍ସବମୁଖର ହୋଇପଡ଼ିଛି । ଯାତ୍ରା ନିମନ୍ତେ ମାନସିକଧାରୀ ଭକ୍ତମାନେ ନୃସିଂହ ମନ୍ଦିର ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ବେଶ ପକାଇଛନ୍ତି । ବିଶେଷ କରି ଆଜି ବାଘ ଦେଶୀପିଲା କେଳା କେଲୁଣି ,ନାଗ ନାଗୁଣି ସହ ବିଭିନ୍ନ ପୌରାଣିକ ଓ ଆଧୁନିକ ବେଶଧାରୀସହର ପରିକ୍ରମା କରିଛନ୍ତି ।ସେହିପରି , ରଙ୍ଗଣି ସାହିରେ ବାହାର କରାଯାଇଥିବା ପୌରାଣିକ ଓ ଆଧୁନିକ କଳାକୁଞ୍ଜ ଦର୍ଶକଙ୍କ ମନ ମୋହୁଛି । ସୋମବାର ରାତିରେ ଠାକୁରଙ୍କୁ ବିମାନରେ କେଉଟସାହି, ରଙ୍ଗୁଣି ସାହି, ତୋଟା ସାହି, ସିନେମାହଲ ଛକ, ଦୋର ସାହି, ମୁଖ୍ୟ ସଡକ ଓ ଥାନା ପ୍ରତିଵର୍ଷ ପରି ପରିକ୍ରମା କରିବା ପରେ ଠାକୁରଙ୍କୁ ମନ୍ଦିରକୁ ଆଯାଇଥିଲା । ଷ୍ଟ୍ରିଟ ରୋମିଓଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ପିଇବା ପାଣି ଓ ପଣା ବ୍ୟବସ୍ଥା କରାଯାଇଥିଲା । ମ୍ୟୁନସିପାଲଟି ତରଫରୁ ପରିମଳ ବ୍ୟବହାର ବ୍ୟବସ୍ଥା ସୁତାରୁ ରୁପେ ତଦାରଖ କରୁଥିଲେ , ଚିକିତ୍ସାଳୟ ପକ୍ଷରୁ ସ୍ବାସ୍ଥ୍ୟ କେନ୍ଦ୍ର, ବିଦ୍ୟୁତ ବିଭାଗ ପକ୍ଷରୁ ସହରରେ ୨୪ ଘଣ୍ଟିଆ ଵିଦ୍ୱୁତ ସରାବରାହ ପାଇଁ ବ୍ୟବସ୍ଥା କରାଯାଇଛି । ଶେଷ ଦିନ ହୋଇଥିବାରୁ ଲକ୍ଷ୍ମୀନୃସୀଂହ କଳା ମନ୍ଦିର ତରଫରୁ କୁନି କୁନି କୋମଳମତି ଶିଶୁକଳାକାରଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ଲକ୍ଷ୍ମୀ ନୃସିଂହ ଭଜନ ସଂଘ ପକ୍ଷରୁ ଏକ ଭଜନ ସନ୍ଧ୍ୟା ଆ଼ୟୋଜନ ହେବ ବୋଲି ସୂଚନା ମିଳିଛି।

nis-ad
Leave A Reply

Your email address will not be published.