ହିଞ୍ଜିଳିକାଟୁ ପ୍ରାୟଦର୍ଶୀ ମେମୋରିଆଲ ଦିବାରାତ୍ର କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ରଵିବାର ସଂନ୍ଧ୍ୟାରେ ମର୍ନିଙ୍ଗ କ୍ରିକେଟ୍ କ୍ଳବ ଓ ପ୍ରେସକ୍ଳବ ହିଞ୍ଜିଳିକାଟୁ ମିଳିତ ଆନୁକୂଲ୍ୟରେ ସ୍ବର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ହେଚପିଏଲ ୨୦୨୨ ଦିବାରାତ୍ର କିର୍କେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ପଲେଈ, ସମ୍ନାନୀୟ ଅତିଥି ଭାବେ ଶେରଗଡ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାସ, ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞ୍ଜିଳିକାଟୁ ପୌରପରିଷଦ ୱାର୍ଡ଼ ନଂ୮ ୱାର୍ଡ ସଭ୍ୟା ବିଳାସିନୀ ମହାନ୍ତି, ହିଞ୍ଜିଳିକାଟୁ ପୌରପରିଷଦ ୱାର୍ଡ଼ ନଂ ୧୯ୱାର୍ଡ ସଭ୍ୟ ବସନ୍ତ କୁମାର ନାୟକ ଓ ପ୍ରେସକ୍ଳଵ ହିଞ୍ଜିଳିକାଟୁ ସଭାପତି ଦ୍ୱୀତୀକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଯୋଗଦେଇ ପ୍ରଦ୍ଵିପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଉଦଘାଟନୀ ମ୍ୟାଚ ରେଗିଡି ଏକାଦଶ ସହ ସୁପରକିଙ୍ଗ ଏକାଦଶ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ ଜିତିହିଞ୍ଜିଳିକାଟୁ ସୁପରକିଙ୍ଗ ଏକାଦଶ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।ରେଗିଡି ଏକାଦଶ ପ୍ରଥମ ବ୍ୟାଟିଂ କରି ୯,୪ ଓଭରରେ ସମସ୍ତ ୱିକେଟ ହରାଇ ୧୨୫ ରନ କରିଥିଲେ ଜବାବରେ ହିଞ୍ଜିଳିକାଟୁ ଏକାଦଶ କ୍ଳବ ୯ ୱିକେଟ ହରାଇ ମାତ୍ର ୭୩ ରନ ସଂଗ୍ରହ କରିଥିଲା। ଫଳରେ ରେଗିଡି ଏକାଦଶ କ୍ରିକେଟ୍ କ୍ଳବ ୫୨ ରନରେ ବିଜୟୀ ହାସଲ କରିଥିଲେ। ଶ୍ରୀଧର ମହାରଣା ଓ ଭଗବାନ ପାତ୍ର ପରିଚାଳନା କରିଥିଲାବେଳେ ସିଲୁ ଓ ଵଣ୍ଟି ପୃଷ୍ଟି ସ୍କୋରର ଦାୟିତ୍ବ ତୁଲାଇଥିଲେ ।କେଶବ ମହାରଣା ଧାରାବିବରଣି ପ୍ରଦାନ କରିଥିଲେ। ମ୍ୟାଚରେ। ଅମୂଲ୍ୟ ରତ୍ନ ପଣ୍ଡା, ଜଗନ ଡାକୁଆ, ଆଦି, କିଶନ ପାତ୍ର, ବ୍ରିଜେସ, ନିଶିକାନ୍ତ ସାହୁ, ଅମୁଲ୍ୟ, ସାନୁ ସାହୁ,, ଜୟଦେବ, ଚିମନ, ଦିପକ ପ୍ରମୁଖ ଏମ ସି ସି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.