ଅସହାୟ ବ୍ୟକ୍ତିଙ୍କୁ ସାହା ହେଲେ ଇଣ୍ଟରନେସନାଲ ହ୍ୟୁମାନ ରାଇଟ କମିସନ ସଦସ୍ୟ…

ମାଲକାନଗିରି : ମାଲକାନଗିରି ପାଣ୍ଡିପାଣି ଅନ୍ତର୍ଗତ ସୁନାଧର ହନ୍ତାଲ ନାମକ ବ୍ୟକ୍ତି ଅସୁସ୍ଥତା ଯୋଗୁଁ ତିନି ଦିନ ହେବ ପାଣ୍ଡ୍ରିପାଣି ମେଡିକାଲ ରହି ଚିକିତ୍ସିତ ହେଉଥିଲେ l ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ବଦଳରେ ଅବନତି ଦେଖା ଦେବାରୁ ତାଙ୍କ ପରିବାର ଲୋକେ ଚିନ୍ତାରେ ରହିଥିଲେ l ଏବାବଦରେ ଖବର ପାଇଁ ମାଲକାନଗିରି ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ କମିସନର ସାଧାରଣ ସମ୍ପାଦକ ଶ୍ରୀ ନୀଳମାଧଵ ସିଂ ପାଣ୍ଡ୍ରିପାଣୀ ମେଡିକାଲରେ ପହଁଚି ସ୍ୱାସ୍ଥ୍ୟ ଅବସ୍ଥା ଦେଖି ଚିନ୍ତା ପ୍ରକଟ କରିବା ସହ ଡାକ୍ତରଙ୍କ ସହ ବିଚାର ବିମର୍ଶ କରି ଅଧିକା ଚିକିତ୍ସା ନିମନ୍ତେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ କୁ ପଠାଇବା ବ୍ୟବସ୍ଥା କରିଥିଲେ l ମୁଖ୍ୟ ଚିକିତ୍ସାଳୟ ଠାରେ ଡାକ୍ତର ଶରୀରରେ ହେମୋଗ୍ଲୋଭିନ କମ ରହିଥିବା କହିବା ସହ (B+)ରକ୍ତର ଆବଶ୍ୟକ ବୋଲି କହିଥିଲେ l ରୋଗୀଙ୍କ ସମ୍ପର୍କୀୟ ରକ୍ତ ଯୋଗାଡ଼ କରିବାରେ ଅକ୍ଷମତା ପ୍ରକାଶ କରିବା ସହ ପୁନର୍ବାର ହ୍ୟୁମାନ ରାଇଟ କମିସନର ସଦସ୍ୟଙ୍କ ସାହାଯ୍ୟ ଲୋଡ଼ିଥିଲେ l ମାଲକାନଗିରି ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ କମିସନର ସଦସ୍ୟ ତୁରନ୍ତ ସେଠାରେ ପହଁଚି B+ ରକ୍ତର ସନ୍ଧାନ ପାଇଁ ଲାଗିପଡ଼ିଥିଲେ ବହୁ ଯୋଗାଯୋଗ ପରେ ମାଲକାନଗିରି ଟିଚରସ କଲୋନୀରେ ରହୁଥିବା ଭରତ ନାୟକ ଙ୍କ B+ ରକ୍ତଥିବା ଜାଣିବାକୁ ପାଇଥିଲେ l ତାଙ୍କୁ ରକ୍ତଦାନ ବିଷୟରେ କହିବା ପରେ ସେ ରକ୍ତଦାନ କରିବାକୁ ରାଜି ହୋଇଥିଲେ l ପରେ ସାନ୍ଧ୍ୟ 6 ଘଟିକା ସମୟରେ ରକ୍ତ ଭଣ୍ଡାରକୁ ଆସି ସୁନାଧାର ହନ୍ତାଳଙ୍କ ପାଇଁ ଗୋଟିଏ ୟୁନିଟ ରକ୍ତ ଦାନ କରିଥିଲେ l ଆଜିର ଏହି ରକ୍ତଦାନ ସମୟରେଇଣ୍ଟରନ୍ୟାସନାଲ ହ୍ୟୁମାନରାଇଟ ର ସାଧାରଣ ସମ୍ପାଦକ ନୀଳମାଧଵ ସିଂ, ଅପୂର୍ବ କୁମାର ଥଣ୍ଡର, ଅସୀମ ବିଶ୍ୱାସ, ସ୍ବେଛାସେବୀ ଚିତ୍ତରଞ୍ଜନ ସେଠି ଉପସ୍ଥିତ ରହିଥିଲେ l

nis-ad
Leave A Reply

Your email address will not be published.