ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା : ମନରେଗା କାମ କରୁଛି ଜେସିବି, ମଣିଷ ଏଠାରେ ଜଳକା…!

ଜିଲ୍ଲାରେ ଧର୍ମକୁ ଆଖିଠାର ନୀତିରେ ମନରେଗା କାର୍ଯ୍ୟ…!

ମାଲକାନଗିରି : ମାଲକାନଗିରି ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକମାନଙ୍କ ପାଇଁ ବର୍ଷକୁ ଶହେ ଦିନିଆଁ ନିଶ୍ଚିତ ରୋଜଗାର ଯୋଗାଇଦେବାପାଇଁ ସରକାର ବିଭିନ୍ନ ଗଣମାଧ୍ୟମ ତଥା ଟେଲିଭିଯନ ମାଧ୍ୟମରେ ଵିଜ୍ଞାପନ ମାନ ଦେଇଥାନ୍ତି l କିନ୍ତୁ ଏହା ଵିଜ୍ଞାପନରେ ସୀମିତ ରହିଯିବା ଦେଖିବାକୁ ମିଳିଛି ମାଲକାନଗିରି ବ୍ଲକ ଚାଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ଟିଟିବେରି ଗ୍ରାମରେ ,ମାଲକାନଗିରି ସୁକମା ମୁଖ୍ୟ ସଡ଼କ ଠାରୁ ମାତ୍ର 500 ମିଟର ଦୂରରେ ମାନବ ବଦଳରେ ଯନ୍ତ୍ର ମାନବ ମାଧ୍ୟମରେ ଖନନ ହୋଇଛି ମୋ ପୋଖରୀର ନିର୍ମାଣ କାର୍ଯ୍ୟ । ୧୦୦ଦିନର ନିଶ୍ଚିତ କର୍ମଯୋଜନା କିଭଳି ବାଟ ମାରଣା ହେଉଛି ତାହାର ନଗ୍ନ ଉଦାହରଣ ଟିଟିବେରୀ ଗାଁରେ ଦଖିବାକୁ ମିଳିଛି । ନିର୍ମିତ ହୋଇ ଥିବା ପୋଖରି ଗୁଡିକ ନିକରେ ଥିବା ନାମ ଫଳକ ଗୁଡିକ ରେ କେବଳ ଦୈନିକ ମଜୁରି ବାବଦରେ ମୁଲ୍ୟ ୨୨୨/ଟଙ୍କା ଲେଖାଯାଇ ଥିବା ବେଳେ କାର୍ଯ୍ୟ ନାଁ,ବିଭାଗ ଇତ୍ୟାଦି ଗାୟବ ରହିଛି । ଅନ୍ୟପଟେ ଏହି କାର୍ଯ୍ୟ ଯନ୍ତ୍ର ମାନବ ବା JCB ଦ୍ୱାରା ଖନନ ହୋଥିବା ର ଚିତ୍ର ସ୍ୱଷ୍ଟ ରୂପେ ଦେଖାଯାଉ ଥିବା ବେଳେ ଅଦିନିଆ ବର୍ଷା ଓ ମୌସୁମୀ ବର୍ଷା ରେ ଧୋଇ ଯିବାପରେ ଫଳକଗୁଡିକରେ ହିତାଧିକାରୀଙ୍କ ନାମ, ଦୈନିକ ମଜୁରୀ,କାର୍ଯ୍ୟ ସମୟ ,ଯୋଜନା ବାବଦରେ ଶୋଭା ପାଇବ ଏବଂ ପୋଖରୀ ବାବଦରେ ଥିବା ଅର୍ଥରାଶିକୁ ଜେଇ, ଠିକାଦାର ଓ ଅଫିସର ଏକାଠି ମିଳିତ ଭାବରେ ହଡ଼ପ କରିବେ । ଏହିଭଳି ମିଳିତ ମଧୁ ଚନ୍ଦ୍ରିକା ମାଧ୍ୟମରେ ହରିଲୁଟ ହେଉଛି ଗରିବ ତଥା ଶ୍ରମିକ ଙ୍କ ହକ୍ ର ଟଙ୍କା । ଆଗମୀ ଦିନରେ ଏବାବଦରେ ସରକାର ଧ୍ୟାନ ନଦେଲେ ଗରିବ ଅଧିକ ଗରିବ ହେବା ସହ ଭୋକ ଉପାସରେ ଦିନକାଟିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

nis-ad
Leave A Reply

Your email address will not be published.