ସନ୍ଥ ଭୀମପ୍ରଭା ଜ୍ୟୋତି. ସମ୍ମାନରେ ସମ୍ୱର୍ଦ୍ଧିତ ଡ଼ଃ ନୃସିଂହାନନ୍ଦ

ଫୁଲବାଣୀ : କନ୍ଧମାଳ ତଥା ଓଡିଶାର ବିଶିଷ୍ଟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ରାଜ୍ୟ ସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀରେ ସଂଥ ଭୀମ ପ୍ରଭା ଜ୍ୟୋତି ସମ୍ମାନରେ ସମ୍ମାନିତ ହୋଇଛନ୍ତି l ସଂଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ତରଫରୁ କଟକ ସାରଳା ଭବନ ଠାରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ କବିଙ୍କୁ ମାନପତ୍ର ତଥା ଉତ୍ତରୀୟ ପ୍ରଦାନ କରାଯାଇଥିଲା l ଏଥିରେ କଟକ ର ସଂlସଦ ଭର୍ତ୍ତୃହରି ମହତାବ, ଡ଼ଃ ପ୍ରସନ୍ନ ପାଟଶାଣୀ, ସଂକୃତି ନିର୍ଦେଶକ ରଞ୍ଜନ ଦାସ, କଟକର ମେୟର ସୁବାସ ସିଂ, ସମାଜର ସମ୍ପାଦକ ନିରଞ୍ଜନ ରଥ, ଆଇ ଏ ଏସ ବିଷ୍ଣୁପ୍ରଦ ସେଠି, ସାହିତ୍ୟ ଏକାଡେମୀ ର ସଚିବ ପ୍ରବୋଧ କୁମାର ରାଉତ, ନlୟାଧିଶ ମନୋରଞ୍ଜନ ମହାନ୍ତି, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, କମିଶନର ଅନନ୍ୟା ଦାସ, ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ , ବ୍ୟଙ୍ଗ କବି ଜ୍ଞାନ ହୋତା ଓ ସଂମ୍ପଦ ରଥ ପ୍ରଭୃତି ଯୋଗ ଦେଇଥିଲେ l ଓଡ଼ିଶାର ଏହା ଏକ ଐତିହାସିକ ମଞ୍ଚ ଥିଲା l ଏଥିରେ ପନ୍ଦରସହ ରୁ ଉର୍ଦ୍ଦ୍ୱ ସାହିତ୍ୟିକ ଯୋଗ ଦେଇଥିଲା ବେଳେ ବିଭିନ୍ନ କ୍ଷେତ୍ରରେ ତିନି ସହ ତେଷଠି ଜଣ ଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା l
ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଡ଼ଃ ମହାପାତ୍ର ଙ୍କ ରଚିତ ଆର୍ଯ୍ୟlବର୍ତ୍ତ ର ମହା ମନୀଷୀ ଗଣ ପୁସ୍ତକ ଉନ୍ମୋଚିତ ହୋଇଥିଲା l ଏଥିପାଇଁ ଉପସ୍ଥିତ ସାଧୁ ସନ୍ଥ ମାନେ ଭୁୟସୀ ପ୍ରଶଂସା କରିଥିଲେ ଶ୍ରୀ ମହାପାତ୍ର ଏହା ପୂର୍ବରୁ ବହୁ ଅନୁଷ୍ଠାନ ଦ୍ୱାରା ସମ୍ୱର୍ଦ୍ଧିତ ହୋଇଛନ୍ତି l ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ ଜଣାଇଛନ୍ତି l ଏହି ମଞ୍ଚରେ ମଧ୍ୟ ସମାଜସେବୀ ସମ୍ମାନ ଭାବେ କନ୍ଧମାଳର ବରିଷ୍ଟ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରାଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା l

nis-ad
Leave A Reply

Your email address will not be published.