ବପୋଲମେଣ୍ଡି ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ…

ଫୁଲବାଣୀ:-ଚକାପାଦ ବ୍ଲକର ବପୋଲମେଣ୍ଡି ଠାରେ ଆଜି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି Iକନ୍ଧମାଳ ଜିଲ୍ଲା ଅଧିନସ୍ଥ ଚକାପାଦ ବ୍ଲକର ବପୋଲମେଣ୍ଡି ଠାରେ ଆଜି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି I ଏହି ଚକ୍ଷୁ ଚିକିତ୍ସା ଶିବିରରେ ସ୍ଥାନୀୟ ସରପଞ୍ଚ ସୁନିତା କହଁର ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସ୍ଥାନୀୟ ନାଏବ ସରପଞ୍ଚ ମନୋଜ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଥିଲେ I ଉକ୍ତ ଚକ୍ଷୁ ଚିକିତ୍ସା ଶିବିରରେ ବପୋଲମେଣ୍ଡି ଗ୍ରାମ ପଞ୍ଚାୟତର ବିଭିନ୍ନ ୱାର୍ଡରୁ ବହୁ ସଂଖ୍ୟାରେ ଚକ୍ଷୁ ରୋଗୀ ଯୋଗ ଦେଇ ଚକ୍ଷୁ ଚିକିତ୍ସା କରାଇ ନେଇ ଛନ୍ତି I ଆଜିକାର ଚକ୍ଷୁ ଚିକିତ୍ସା ଶିବିରକୁ ସମାଜସେବୀ ଦେବେନ୍ଦ୍ର ନାୟକ ପରିଚାଳନା ଓ ତଦାରଖ କରିଛନ୍ତି I କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଦୁର୍ଗମ ଅଞ୍ଚଳରେ ଏହି ପରି ଭାବରେ ଜନସାଧାରଣଙ୍କ ସ୍ୱାର୍ଥ ନିମନ୍ତେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଉଛି ଓ ଆଗାମୀ ଦିନରେ ମଧ୍ୟ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯିବ ବୋଲି ରାଜ୍ୟ ସଂଯୋଜକ ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି I ଏହି ଚକ୍ଷୁ ଚିକିତ୍ସା ଶିବିର ମଧ୍ୟରେ ଦୁର୍ଗମ ଅଞ୍ଚଳର ବହୁ ଗରିବ ଚକ୍ଷୁ ରୋଗୀ ମାଗଣାରେ ଉତ୍ତମ ଚିକିତ୍ସା ପାଉଥିବା କହିଛନ୍ତି I

nis-ad
Leave A Reply

Your email address will not be published.