ପିଲାଙ୍କୁ ସ୍କୁଲ ଆଣିବାକୁ ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ: ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର : ଗଣଶିକ୍ଷା ବିଭାଗକୁ ପୁଣି ଡ୍ରପ୍‍ ଆଉଟ ଚିନ୍ତା ଘାରିଛି। ବର୍ତ୍ତମାନ ସ୍ଥିତିରେ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ପିଲାଙ୍କର ପୁରୁଣା ପାଠ ପଢ଼଼ାଯାଉଥିବାବେଳେ ଅଧିକାଂଶ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସୁ ନାହାନ୍ତି। ବିଗତ ଦୁଇ ବର୍ଷର ବ୍ୟବଧାନ ଡ୍ରପଆଉଟ୍‍ ପିଲାଙ୍କ ସଂଖ୍ୟା ବଢ଼଼ାଇଥିବା ବେଳେ ପିଲାଙ୍କୁ ଶିକ୍ଷାନୁଷ୍‍ଠାନକୁ ଫେରାଇ ଆଣିବା ପାଇଁ ନେଇ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି।

ଏଣିକି ଶିକ୍ଷକମାନେ ଅନୁପସ୍ଥିତ ରହୁଥିବା ପିଲାଙ୍କ ଘର ଘର ବୁଲି ତୃଣମୂଳ ସ୍ତରରେ ସର୍ଭେ କରିବେ। ସେମାନେ ଶିକ୍ଷାନୁଷ୍ଠାନ କାହିଁକି ଆସୁ ନାହାନ୍ତି ତାହାର ତଥ୍ୟ ସଂଗ୍ରହ କରିବା ସହିତ ଶିକ୍ଷକମାନେ ସେମାନଙ୍କୁ ଶିକ୍ଷାନୁଷ୍ଠାନ ଆସିବା ପାଇଁ କାଉନସେଲିଂ କରିବେ। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ ଲାଗି ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଶୁକ୍ରବାର ଚିଠି ଲେଖିଛନ୍ତି।

କରୋନା ପାଇଁ ବିଗତ ଦୁଇ ବର୍ଷ ହେଲା ପ୍ରଭାବିତ ଶିକ୍ଷାର ଭରଣା ପାଇଁ ଗଣଶିକ୍ଷା ବିଭାଗ ଖରାଛୁଟିକୁ ସଂକୁଚିତ କରିଛନ୍ତି। ଏହି ସମୟରେ ପିଲାଙ୍କୁ ପୁରୁଣା ପାଠ ପଢ଼଼ାଯାଉଛି। ସମସ୍ତ ପିଲାଙ୍କର ଶିକ୍ଷାଦାନ ସକାଳ ୬ରୁ ୯ଟାଯାଏଁ ଚାଲୁଛି। ତେବେ ଦୈନିକ ଉପସ୍ଥାନ ତଥ୍ୟ ବିଭାଗ ନିକଟରେ ହସ୍ତଗତ ହେଉଥିବା ବେଳେ ହାରାହାରି ୭୦ ପ୍ରତିଶତ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସୁଥିବାବେଳେ ଅବଶିଷ୍ଟ ୩୦ ପ୍ରତିଶତ ଆସୁନାହନ୍ତି। ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ମାଲକାନାଗିରି, ବୌଦ୍ଧ, ଗଜପତି, ସମ୍ବଲପୁର, ନୂଆପଡ଼ା ଆଦି ଜିଲ୍ଲାରେ ପିଲାଙ୍କ ଉପସ୍ଥାନ ହାରାହାରିଠାରୁ କମ୍‍ ରହୁଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଉପସ୍ଥାନ ମଧ୍ୟ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ଖୁବ୍‍ କମ୍‍ ରହୁଛି। ସେହିପରି ମାଧ୍ୟମିକ ସ୍ତରରେ ମଧ୍ୟ ୧୩ରୁ ଅଧିକ ଜିଲ୍ଲାର ଉପସ୍ଥାନ ହାରାହାରି ଠାରୁ ଯଥେଷ୍ଟ କମ୍‍ ରହୁଛି। ଗଜପତି, ସୋନପୁର, ବରଗଡ଼, କନ୍ଧମାଳ, ନୂଆପଡ଼ା ଆଦିର ଜିଲ୍ଲାଗୁଡ଼ିକରେ ମଧ୍ୟ +୨ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାରାହାରି ଠାରୁ କମ୍‍ ରହୁଛି।

ଏପରିକି ଅଧୁିକାଂଶ ଛାତ୍ରଛଅତ୍ରୀ ମଧଯୟ ପରବର୍ତ୍ତୀ ଶ୍ରେଣୀରେ ନାମଲେଖା ପାଇଁ ମନ ବଳାଉ ନଥିବା ଦେଖିବାକୁ ମିଳୁଛି। ତେବେ ଏହି ସଂଖ୍ୟା ପିଲାଙ୍କ ଡ୍ରାପଆଉଟକୁ ଦର୍ଶାଉଥିବା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ଏଥି ପ୍ରତି ଯତ୍ନଶୀଳ ହେବାକୁ ସଚିବ ପରାମର୍ଶ ଦେଇଛନ୍ତି। ଏନେଇ ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଜିଲ୍ଲା ସ୍ତରରେ ପିଲାଙ୍କୁ ଶିକ୍ଷାନୁଷ୍ଠାନ ଫେରାଇ ଆଣିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତ। ତୃଣମୂଳ ସ୍ତରରେ ପିଲାଙ୍କର ସର୍ଭେ କରିବା ସହିତ ଅନୁପସ୍ଥିତ ପିଲାଙ୍କ ତାଲିକା ପ୍ରସ୍ତୁତ କରିବା, ସେମାନଙ୍କୁ ଶିକ୍ଷାନୁଷ୍ଠାନ ଆସିବା ଲାଗି ପ୍ରୋତ୍ସାହିତ କରିବା ତଥା ସେମାନଙ୍କ ଅଭିଭାବକଙ୍କ ସହ କାଉନସେଲିଂ କରିବା, ପିଲାଙ୍କୁ ମଧ୍ୟାହ୍ନ ଭୋଜନ, ବିଭିନ୍ନ ସରକାରୀ ସହାୟତା ସମ୍ପର୍କରେ ଅବଗତ କରିବା ତଥା ଶୈକ୍ଷିକ ଭରଣ ଯୋଜନା(ଏଲଆରପି) ବାବଦରେ ପିଲାଙ୍କୁ ଅବଗତ କରିବା ଦିଗରେ ଶିକ୍ଷକମାନଙ୍କୁ ନିୟୋଜିତ କରିବାକୁ ସଚିବ ପରାମର୍ଶ ଦେଇଛନ୍ତି।

nis-ad
Leave A Reply

Your email address will not be published.