ଦୁଇ ବ୍ରାଉନସୁଗର ବେପାରୀକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼

ବାଲେଶ୍ୱର: ଦୁଇ ବ୍ରାଉନସୁଗର ବେପାରୀକୁ ଗଛରେ ବାନ୍ଧି ନିସ୍ତୁକ ମାଡ। ନିସ୍ତୁକ ମାଡ ମାରି ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକ। ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ୍‌ ଥାନା ଉଦୟପୁର ବେଳାଭୂମି ଅଞ୍ଚଳର ଘଟଣା। ଆଜି ସକାଳ ୯ଟାରେ ପଶ୍ଚିମବଙ୍ଗ ଦିଘା ଥାନା ଅଞ୍ଚଳର ଦୁଇ ଜଣ ଯୁବକ ଏକ କାର୍‌ ଯୋଗେ ଓଡିଶା ସୀମାନ୍ତ ଉଦୟପୁରକୁ ବ୍ରାଉନସୁଗର ବିକ୍ରି କରିବାକୁ ଆସିଥିଲେ।

ଡିଲ୍‌ ଚାଲିଥିବା ବେଳେ ସ୍ଥାନୀୟ ଲୋକ କୌଣସି ସୂତ୍ରରୁ ଖବର ପାଇ ଦୁଇ ବେପାରୀକୁ କାବୁ କରିଥିଲେ। ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ତାଳସାରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ପାଖରୁ ୧୮ଟି ବ୍ରାଉନସୁଗର ପ୍ୟାକେଟ୍‌ ଜବତ କରାଯାଇଛିଯ ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ। ଏହା ସହ ପଶ୍ଚିମବଙ୍ଗ ନମ୍ବରର ଏକ କାର୍‌ ମଧ୍ୟ ଜବତ ହୋଇଛି।

nis-ad
Leave A Reply

Your email address will not be published.