ପଲ୍ଲୀଶ୍ରୀ ମେଳା ୨୦୨୨ ଉଦଘାଟିତ…

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ,ସମ୍ମାନିତ ଅତିଥି ଭାବେ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ, ଜିଲ୍ଲାପାଳ ଡା. ବୃନ୍ଦା ଡି ପ୍ରମୁଖ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମର ପ୍ରାରମ୍ଭରେ କୋମଳ ଗାନ୍ଧାରର ଶିଶୁ କଳାକାର ମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଏହି ମେଳା ୧୩-୫-୨୦୨୨ଠାରୁ ୧୭-୫-୨୦୨୨ ପର୍ଯ୍ୟନ୍ତ ଚାଲୁ ରହିବ ।ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଆନୁକୁଲ୍ୟରେ ପଲ୍ଲୀଶ୍ରୀ ମେଳା ଆୟୋଜନ କରାଯାଇଅଛି । ଗ୍ରାମାଞ୍ଚଳରେ ବସବାସ କରୁଥିବା ସ୍ବୟଂ ସହାୟିକା ଗୋଷ୍ଠୀ, ଉତ୍ପାଡିକା ଗୋଷ୍ଠୀ ଓ କାରିଗର ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ସିଧାସଳଖ ଗ୍ରାହକ ଏବଂ ଖାଉଟି ମାନଙ୍କୁ ବିକ୍ରି କରିବା ଏହି ପଲ୍ଲୀଶ୍ରୀ ମେଳାର ମୁଖ୍ୟ ଉଦ୍ଦେଶ୍ୟ । ଏହାଦ୍ଵାରା ଗ୍ରାମୀଣ କାରିଗର ଓ ଉତ୍ପାଦନ ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ଉଚିତ୍ ମୂଲ୍ୟ ପାଇପାରିବେ ଏବଂ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଘଟି ପାରିବ । ଏଥିରେ ମୋଟ ୧୨୦ ଟି ଅସ୍ଥାୟୀ ଦୋକାନ ଘର/ ଷ୍ଟଲର ବ୍ୟବସ୍ଥା ହୋଇଛି , ଯେଉଁଥରେ ଆମ ରାଜ୍ୟର ତିରିଶିଟି ଜିଲ୍ଲା ସମେତ କିଛି ବାହାର ରାଜ୍ୟର କାରିଗର ମାନେ ଭାଗ ନେଉଛନ୍ତି । ଏହାଦ୍ବାରା ଗ୍ରାମାଞ୍ଚଳରେ ପ୍ରସ୍ତୁତ ହେଉଥିବା ସାମଗ୍ରୀର ପ୍ରସାର ହେବା ସଂଗେସଂଗେ କାରିଗର ମାନଙ୍କର ଆୟ ବଢ଼ିପାରିବ ।ଆମ ଜିଲ୍ଲାରେ ଅନେକ ସ୍ବୟଂ ସହାୟିକା ଗୋଷ୍ଠୀ, ଉତ୍ପାଦିକା ଗୋଷ୍ଠୀ ଓ ଅନ୍ୟାନ୍ୟ କାରିଗର ମାନେ ନିଜ ଅଞ୍ଚଳର କଞ୍ଚାମାଲକୁ ବ୍ୟବହାର କରି ସୁନ୍ଦର ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ତନ୍ମଧ୍ୟରୁ କେତେକ ସୁୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଉତ୍ପାଦିକା ଗୋଷ୍ଠୀ ଗଠନ କରି ହସ୍ତତନ୍ତ, ଚାନ୍ଦୁଆ, ବାଉଁଶ କଳା, କୃଷି ଜାତ ସାମଗ୍ରୀ, ଅଗରବତୀ, ଶିଆଳି ପତ୍ର ଥାଳି, କଳା ଢୋକ୍ରା, କାଠ କଳାକୃତି, ସିନ୍ଦୁ ବନଜାତ ଦ୍ରବ୍ୟ, ହଳଦୀ, ମସଲା ଆଦି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଆମ ଜିଲ୍ଲାରେ ୨୫୨ ଗୋଟି ଉତ୍ପାଦିକା ଗୋଷ୍ଠୀ ଗଠନ କରାଯାଇଛି । ପଲ୍ଲୀଶ୍ରୀ ମେଳାରେ ସମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ବିକ୍ରି କରି ସେମାନେ ବେଶ୍ ଲାଭବାନ ଏବଂ ଉତ୍ସାହିତ ହେବେ ବୋଲି ଆୟୋଜକ ପ୍ରକଳ୍ପ
ନିର୍ଦ୍ଦେଶକ ଡିଆରଡିଏ ବିଶ୍ବରଂଜନ ନାଏକ କହିଛନ୍ତି ।ଲୋକଙ୍କ ମନୋରଂଜନ ପାଇଁ ପ୍ରତିଦିନ ସଂଧ୍ୟାରେ
ଜିଲ୍ଲା ଓ ଜିଲ୍ଲା ବାହାରର ସାସ୍କୃତିକ ଦଳ ମାନଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମମାନ ମଧ୍ୟ ଅନୁଷ୍ଠିତ ହେଉଛି ଆଗକୁ ମଧ୍ୟ ଯୋଜନା ରହିଛି।
ଏହି ମେଳାରେ ସରକାରଙ୍କ ବିଭିନ୍ନ ବିଭାଗ ଯଥା, କୃଷି ଉଦ୍ୟାନ ବିଭାଗ, ହସ୍ତଶିଳ୍ପ, କୁଟୀର ଶିଳ୍ପ, ମସ୍ୟ, ହସ୍ତତନ୍ତ ଇତ୍ୟାଦି ବିଭାଗ ଏବଂ ଆଇଟିଡ଼ିଏ, ନାବାର୍ଡ ସହଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.