ଜୁନ୍ ୬ ସୁଦ୍ଧା ଓଡ଼ିଶାରେ ଛୁଇଁବ ମୌସୁମୀ

ଜୁନ୍ ୬ ସୁଦ୍ଧା ଓଡ଼ିଶାରେ ମୌସୁମୀ । ଜୁନ୍‌ ୫/୬ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଅନୁମାନ କରାଯାଉଛି । ଜୁନ୍‌ ୩/୪ ବେଳକୁ ରାଜ୍ୟରେ ତାପମାତ୍ରା କମିବା ସମ୍ଭାବନା ରହିଛି । ସେତେବେଳେ ମୌସୁମୀ ପାଇଁ ପାଗ ଅନୂକୂଳ ରହିବ । ତେଣୁ ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁପାରେ ।

ପ୍ରଥମାର୍ଦ୍ଧରେ ଭଲ ବର୍ଷା ଆଶା ରଖାଯାଇଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ବର୍ଷା କମିଯିବା ଆଶଙ୍କା କରାଯାଉଛି । ପ୍ରତିବର୍ଷ ମୌସୁମୀ ପ୍ରାୟତଃ ଜୁନ୍‌ ୧ ତାରିଖରେ କେରଳ ଉପକୂଳ ଛୁଇଁଥାଏ । ଏବର୍ଷ ସଅଳ ଆସିପାରେ ମୌସୁମୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଆସିବା ସମ୍ଭାବନା ରହିଛି । ୩/୪ ଦିନ ଆଗୁଆ କେରଳ ଉପକୂଳ ଛୁଇଁପାରେ ମୌସୁମୀ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

nis-ad
Leave A Reply

Your email address will not be published.