ବାପଟିଷ୍ଟ ମଣ୍ଡଳୀର ୫୦ ତମ ସୁବର୍ଣ୍ଣଜୟନ୍ତୀ ପାଳନ

ଦାରିଙ୍ଗବାଡି,(୧୨/୫) : ଦାରିଙ୍ଗବାଡି ସ୍ଥିତ ସିକକେତା ଠାରେ ଦିଗି ଗସି ବାପଟିଷ୍ଟ ମଣ୍ଡଳୀର ୫୦ ତମ ସୁବର୍ଣ୍ଣଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କନ୍ଧମାଳ ବାପଟିଷ୍ଟି ମଣ୍ଡଳୀ ର ନିର୍ଦେଶକ ଆଚାର୍ଯ୍ୟ ସୁଶାନ୍ତ ନାୟକ , ସିମନବାଡି ସମିତି ସଭ୍ୟ ସାଧୁ ନାୟକ, ବାଡାବାଙ୍ଗା ସମିତି ସଭ୍ୟ ଧୀରେନ୍ଦ୍ର ପ୍ରଧାନ, ସରପଞ୍ଚ ପ୍ରସନ୍ନ ପ୍ରଧାନ ଯୋଗଦେଇଥିଲେ । ଏହି ଅବସରରେ ଯୁବଲି ସମ୍ପାଦକ ରାଜେଶ ପ୍ରଧାନ ସଭା ପରିଚାଳନା କରିଥିଲେ । ସଭାରେ ୫୦ ବର୍ଷର ଏହି ଦିଗି ଗସି ବାପଟିଷ୍ଟ ମଣ୍ଡଳର ହୋଇଥିବା କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ଏହା ପରେ ସଭାରେ ପ୍ରଭୁ ଯୀଶୁଙ୍କୁ ନେଇ ଏକ ପ୍ରାର୍ଥନା କାର୍ଯ୍ୟକ୍ରମ ହୋଇଥିଲା । ସୁବର୍ଣ୍ଣଜୟନ୍ତୀ କମିଟିର ସଭାପତି ନାଗେଶ୍ୱର ପ୍ରଧାନ, ସମ୍ପାଦକ ବିନୟ ଚନ୍ଦ୍ର ପ୍ରଧାନ, କୋଷାଧକ୍ଷ ପ୍ରତ୍ୟୁଷ ପ୍ରଧାନ ସମେତ କମିଟିର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ । ଏହି ଅବସରରେ ଶତାଧିକ ଖ୍ରୀଷ୍ଟୀୟ ପ୍ରେମୀ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.