ସ୍ଥାୟୀ ମନ୍ଦିରକୁ ଫେରିଲେ ମା ମୁକ୍ତାଦେବୀ

ଚିକିଟି : ଚିକିଟି ବ୍ଲକ କୃଷ୍ଣପୁର ମା ମୁକ୍ତାଦେବୀଙ୍କ ଜୀର୍ଣ୍ଣ ଉଦ୍ଧାର ପରେ ମାଆଙ୍କୁ ୬ ତାରିଖରେ ତାଟ ପୂଜା କରି ଠାକୁରାଣୀ ଯାତ୍ରା ପାଇଁ ପାରମ୍ପରିକ ନୀତି ରେ ଅସ୍ଥାୟୀ ମଣ୍ଡପ କୁ ଅଣାଯାଇଥିଲା । ରୀତି ନୀତି ଅନୁଯାୟୀ ପ୍ରତ୍ୟେକ ମାଙ୍କୁ ନଗର ପରିକ୍ରମା କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥିଲା । କୋରନା ମହାମାରୀ ରେ ଅଚଳାବସ୍ଥା ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ମଡ଼କ ପଡିଥିବା ବେଳେ ସୁଯୋଗ ଉଣ୍ଡି ବହୁ ସଂଖ୍ୟାରେ ଜନଗହଳି ହୋଇଥିଲା । ପ୍ରତ୍ୟହ ପଟୁଆରରେ ଅଷ୍ଟଚଣ୍ଡୀ, ହଂସ ବାହାନ, ମୟୁର ବାହାନ, ବାଘ, ଡାହାଣୀ ଭଳି ନାନାଦି ପଟୁଆର ରେ ମା ଙ୍କୁ ସାହି ସାହି ପରିକ୍ରମା କରି ଲୋକ ନୃତ୍ୟ ଓ ଲୋକ ଗୀତ କୁ ପ୍ରାଧାନ୍ୟ ଦିଆଯାଇଥିଲା।
୯ ତାରିଖରେ ଲିଲି ଦାସ ରଚିତ ସୁରେଶ କୁମାର ନାହାକ ନିର୍ଦ୍ଦେଶିତ ପାରିବାରିକ ନାଟକ ଘରଣୀ ନୁହେଁ ସେ ବାଉଁଶ ରାଣୀ ମଞ୍ଚସ୍ଥ ହୋଇ କଳାକାର ଙ୍କ ଚମତ୍କାର ଅଭିନୟ ଦର୍ଶକ ଙ୍କ ହୃଦୟ ଜିତି ପାରିଥିଲା । ଶେଷ ରେ 10 ତାରିଖରେ ପ୍ରବଳ ବର୍ଷା ସତ୍ତ୍ୱେ ମା ଙ୍କୁ ସ୍ଥାୟୀ ମନ୍ଦିର କୁ ଅଣାଯାଇ ଛାଡି ଦିଆଯାଇଛି।ତରଙ୍ଗା ୟିତ ଆଲୋକମାଳା ସାଙ୍ଗକୁ ସୁସଜ୍ଜିତ ମଣ୍ଡପ ଏବଂ ପୂଜାର୍ଚ୍ଚନା ଫଳରେ ଗ୍ରାମ୍ୟ ପରିବେଶ ଆଧ୍ୟାତ୍ମିକ ମୟ ହୋଇ ଉଠିଥିଲା।ଯାତ୍ରା କମିଟି ତରଫରୁ ବ୍ୟାପକ ସୁରକ୍ଷା ପାଇଁ ବନ୍ଦୋବସ୍ତ ହୋଇଥିବା ବେଳେ ଅଞ୍ଚଳ ବାସୀ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.