ବାତ୍ୟା ଆସାନିକୁ ଦୁଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ମାଲକାନଗିରି (୧୦।୫) : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ବାତ୍ୟା ଆସାନିକୁ ଦୁଷ୍ଟିରେ ରଖି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଦ୍ୟୁତ୍ ବିଭାଗ କର୍ମଚାରୀ , ସମସ୍ତ ବି.ଡି.ଓଙ୍କ ସହ ଅନେକ ପ୍ରଶାସନିକ ଅଧିକାରୀ, ଜରୁରୀ କାଳୀନ ବିଭାଗର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ମାଲକାନଗିରି ଜିଲ୍ଲାପାଳ ବିଶାଲ୍ ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କିଭଳି ଭାବେ ଏହି ବାତ୍ୟାକୁ ମୁକାବିଲା କରାଯିବ ସେଥି ନିମନ୍ତେ ଏହି ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାର ବିଶେଷ କରି ଟାଳି ଅଞ୍ଚଳରେ ବର୍ଷା ଯୋଗୁଁ ପୂର୍ବରୁ ଅନେକ କ୍ଷୟକ୍ଷତି ହେଉଥିବାର ନଜିର ରହିଥିବା ବେଳେ ସେହି ଅଞ୍ଚଳ ଗୁଡିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ପାଇଁ ଆଲୋଚନା କରାଯାଇଥିଲା । ଏହାସହ ବାତ୍ୟା ଭୟାବହ ରୂପ ନେଲେ କିଭଳି ରୂପେ ଟାଳି ଅଞ୍ଚଳ ଏବଂ କୌଣସି ସ୍ଥାନରେ ଯଦି କେହି ଫସି ରହି ଜାନ୍ତି ତେବେ ତାଙ୍କୁ ସେଠାରୁ କିଭଳି ରୂପେ ଉଦ୍ଧାର କରାଯିବ, ଏବଂ ତାଙ୍କୁ ରହିବା ଖାଇବା ଆଦି ବ୍ୟବସ୍ତା କରାଯିବ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଅକ୍ଷୟ କୁମାର କ୍ଷେମୁଡୁ, ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ପି.ଡି.ଡି.ଆର.ଡି.ଏ ବାଳ ମୁକୁନ୍ଦ ଭୂୟାଁ ଉପସ୍ଥିତ ରହି ଏହାକୁ କିଭଳି ମୁକାବିଲା କରାଯିବ ସେଥି ନିମନ୍ତେ ଆଲୋଚନା କରିଥିଲେ ।

nis-ad
Leave A Reply

Your email address will not be published.