ଲକ୍ଷ୍ମୀନୃସିଂହ ଯାତ୍ରା ସକାଶେ ପ୍ରସ୍ତୁତି ବୈଠକ


ହିଞ୍ଜିଳିକାଟୁ : (୧୦ା୦୫) : ଚଳିତ ମାସ ୧୪ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ହିଞ୍ଜିଳିକାଟୁ ପ୍ରସିଦ୍ଧ ଶ୍ରୀ ଲକ୍ଷ୍ମୀୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରା ପରିଚାଳନା ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌର ନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ପୌର କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ଆୟୋଜିତ ବୈଠକରେ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ତହସିଲଦାର ପ୍ରଭାତ କୁମାର ପରିଡା, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଯୋଗ ଦେଇଥିଲେ । ଯାତ୍ରା ଦିବସରେ ନିରନ୍ତର ବିଦ୍ୟୁତ ସେବା, ପାନୀୟଜଳର ସୁବନ୍ଦୋବସ୍ତ, ସ୍ୱଚ୍ଛତା, ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଯାତ୍ରା ଦିବସରେ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରବାସୀଙ୍କ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ, ପ୍ରତ୍ୟେହ ପୌର ପରିଷଦ ପକ୍ଷରୁ ପରିମଳ ବ୍ୟବସ୍ଥାର ସଠିକ ତଦାରଖ, ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଅସ୍ଥାୟୀ ଭାବେ ପ୍ରାଥମିକ ସ୍ୱାସ୍ଥ୍ୟ ଶିବିର ପ୍ରତିଷ୍ଟା, ଜରୁରୀ କାଳିନ କ୍ଷେତ୍ରରେ ଆମ୍ବୁଲାନ୍ସ ସେବା ଓ ଯାତ୍ରାର ମୁଖ୍ୟ ଆକର୍ଷଣ ବାଣ ପଟୁଆର ସମୟରେ ସ୍ଥାନୀୟ ଅଗ୍ନିଶମ ବାହୀନି ପକ୍ଷରୁ ସର୍ତକତା ଅବଲମ୍ବନ କରିବା ସକାଶେ ବୈଠକରେ ମତ ପ୍ରକାଶ ପାଇଥିଲା ।

ବୈଠକରେ ବିଦ୍ୟୁତ୍ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସରୋଜ କୁମାର ମିଶ୍ର, ଅଗ୍ନିଶମ ଅଧିକାରୀ ଗୌତମ ସାହୁ, ଜନସ୍ୱାସ୍ଥ୍ୟ ବିଭାଗୀୟ ସହକାରୀ ଯନ୍ତ୍ରୀ ଶ୍ରୀଧର ଦାଶ, ବଡ ରଙ୍ଗଣିସାହି ଯାତ୍ରା ଅଧିକାରୀ ବଂଶୀଧର ସାହୁ, ହିମାଂଶୁ ବେହେରା, ଗୋପବନ୍ଧୁ ବେହେରା, ପର୍ଶୁରାମ ସାହୁ, ସୁବାଷ ସାହୁ, ଦିଲ୍ଲିପ ବୈଠାରୁ, ଭିକା ବେହେରାଙ୍କ ସମେତ ୩ ସାହିର ଯାତ୍ରା ପରିଚାଳନା କମିଟି ବୃନ୍ଧ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଗତ ୨ ବର୍ଷ ଧରି ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଯାତ୍ରା ବନ୍ଦ ରହିଥିବା ବେଳେ କେବଳ ନୀତିକାନ୍ତି ମଧ୍ୟରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଯାତ୍ରାତ୍ସୋବ ପାଳନ କରାଯାଉଥିବାରୁ ହିଞ୍ଜିଳିକାଟୁ ସହରବାସୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.